ରାଜ୍ୟ ରୁ ପୁଣି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(୦୯/୦୯,ପିପିଏଲ୍ ନ୍ୟୁଜ୍) : ଆଜି ରାଜ୍ୟରୁ ୩ ହଜାର ୭୪୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ୧୫୩୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦କୁ ବୃଦ୍ଧି ପାଇଛି। ଏହାସହ ୧,୦୨,୧୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୨,୩୧୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୭, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୪୬, ବଲାଙ୍ଗୀର ୧୬୩, ବୌଦ୍ଧ ୫୮, କଟକ ୩୯୨, ଦେଓଗଡ଼ ୨୪, ଢେଙ୍କାନାଳ ୬୫, ଗଜପତି ୩୩, ଗଞ୍ଜାମ ୭୧, ଜଗତସିଂହପୁର ୯୪, ଯାଜପୁର ୧୪୦, ଝାରସୁଗୁଡ଼ା ୭୦, କଳାହାଣ୍ଡି ୩୮, କନ୍ଧମାଳ ୮୫, କେନ୍ଦ୍ରାପଡ଼ା ୧୧୬, କେନ୍ଦୁଝର ୬୩, କୋରାପୁଟ ୯୭, ମାଲକାନଗିରି ୨୧, ମୟୁରଭଞ୍ଜ ୩, ନବରଙ୍ଗପୁର ୧୨୧, ନୟାଗଡ଼ ୬୯, ନୂଆପଡ଼ା ୧୦୭, ପୁରୀ ୩୮୭,ରାୟଗଡ଼ା ୮୨, ସମ୍ବଲପୁର ୭୯ , ସୋନପୁର ୧୨୪, ସୁନ୍ଦରଗଡ଼ ୧୫୭ ଓ ଷ୍ଟେଟପୂଲ ରୁ ୧୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *