ରାଜ୍ୟ ରେ ଆଜି ପୁଣି ୫ ଜୀବନ ନେଲା କରୋନା।

ଭୁବନେଶ୍ୱର(୨୨/୦୭,ପିପି ଏଲ୍ ନ୍ୟୁଜ୍) : ରାଜ୍ୟ ରେ ଆଜି ପୁଣି ୫ଜଣ କରୋନା ରେ ମୃତ୍ୟୁ ବରଣ କରିଛନ୍ତି।ତେବେ ଏହି ୫ଜଣ ଙ୍କୁ ମିଶାଇ ରାଜ୍ୟ ରେ କରୋନା ମୃତ୍ୟୁ ୧୦୮ ରେ ପହଁଚିଛି।ଗଞ୍ଜାମ ରୁ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଓ ୬୧ ବର୍ଷ ର ଦୁଇଜଣ ପୁରୁଷ ଓ ଜଣେ ୪୦ ବର୍ଷ ର ମହିଳା ଙ୍କ ମୃତ୍ୟୁ ହୋଇଛି।ସେହିପରି ଗଜପତି ରୁ ଜଣେ ୭୨ ବର୍ଷ ର ପୁରୁଷ ଓ କନ୍ଧମାଳ ରୁ ଜଣେ ୮୬ ବର୍ଷ ର ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି।ଏଥି ସହ ରାଜ୍ୟ ରେ ମୋଟ କରୋନା ମୃତ୍ୟୁ ୧୦୮ ରେ ପହଁଚିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *