ରାଜ୍ୟ ରେ ଆଜି ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ବର(୨୯/୦୯,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢୁଥିବା ବେଳେ ଆଜି କରୋନା ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୨୮ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। କଟକ , ଭୁବନେଶ୍ୱର ଓ ବାଲେଶ୍ୱର ରୁ ୩ ଜଣ ଲେଖାଁଏ , ପୁରୀରୁ ୨ ଜଣ , ବଲାଙ୍ଗିର , ଝାରସୁଗୁଡା, ସୁନ୍ଦରଗଡ଼, ନବରଙ୍ଗପୁର ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ବି ରାଜ୍ୟରେ ୩୦୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁ ସଂଖ୍ୟା କମିବାର ନାଁଧରୁନି ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *