ରାଜ୍ୟ ରେ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଦାବି କଲା ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର(୧୯/୦୮,ପିପି ଏଲ୍ ନ୍ୟୁଜ୍) : କରୋନା ମହାମାରୀ ଓ ଜନ ସଧାରଣ ଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟି ରେ ରଖି ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ କଟକଣା ଜାରି ହୋଇଥିଲା। ପରବର୍ତ୍ତୀ ସମୟ ରେ କେନ୍ଦ୍ର ସରକାର ଙ୍କ ଅନଲକ-୧ ଗାଇଡ଼ ଲାଇନ ଅନୁଯାୟୀ ଜୁନ ୮ ତାରିଖ ରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦେଶନାମା ଜାରି ହୋଇଛି। କିନ୍ତୁ ରାଜ୍ୟ ସରକାର ଏଯାଵତ୍ ପୁରୀ ଶ୍ରୀ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ଼ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାର ଭକ୍ତ ଙ୍କ ଭାବନା ସହ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟ ରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତି ନେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ମନ୍ଦିର ରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ବହୁ ହନ୍ତସନ୍ତ ହେଉଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ରେ ମଧ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲା ଗଲାଣି। ତେଣୁ କୋଭିଡ୍-୧୯ ର ନିୟମ ଅନୁଯାୟୀ ଏସ୍ଓପି ପାଳନ କରି ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ଦାବି କରିଛନ୍ତି ଶ୍ରୀ ହରିଚନ୍ଦନ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *