ରାଜ୍ୟ ରେ ୪୦୦୦ ଟପିଲା କରୋନା ଆକ୍ରାନ୍ତ ଙ୍କ ସୁସ୍ଥ ସଂଖ୍ୟା।

ଭୁବନେଶ୍ୱର (୨୪/୦୬ , ପିପିଏଲ୍ ନ୍ୟୁଜ୍) : ଆଜି ଓଡିଶା ରେ ଏକାଥରେ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟ ରେ ମୋଟ ସୁସ୍ଥ ସଂଖ୍ୟା ୪,୧୨୩ ରେ ପହଁଚିଛି।ଗଞ୍ଜାମ ରୁ ସର୍ବାଧିକ ୪୯, ଖୋର୍ଦ୍ଧା ରୁ ୧୯, କଳାହାଣ୍ଡି ରୁ ୧୬, ଜଗତ ସିଂହ ପୁର ରୁ ୧୪, ବାଲେଶ୍ୱର ରୁ ୭, କଟକ ରୁ ୬ ଜଣ ଲେଖାଁଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଅନୁଗୁଳ, ଯାଜପୁର ଓ ପୁରୀ ରୁ ୪ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ ରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେପଟେ କେନ୍ଦୁଝର ଓ କେନ୍ଦ୍ରାପଡା ରୁ ୨ ଜଣ ଲେଖାଁଏ ଓ ବରଗଡ, ଭଦ୍ରକ, ଝାରସୁଗୁଡା, ମୟୁରଭଞ୍ଜ ଏବଂ ସମ୍ବଲପୁର ରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ରୁ ମିଳିଛି।

Leave a Reply

Your email address will not be published. Required fields are marked *