ରାଜ୍ୟ ରେ ୫୦୦ପାର୍ କଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର(୦୧/୦୯,ପିପି ଏଲ୍ ନ୍ୟୁଜ୍) : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ୫୦୦ ପାର୍‌ କରିଛି କରୋନା ମୃତକଙ୍କ ସଂଖ୍ୟା। ଆଜି ପୁଣି ୧୧ ଜଣ ଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରୁ ଆଜି  ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ରାୟଗଡ଼ା ଓ ମୟୂରଭଞ୍ଜ ଜିଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ରହିଥିବା ବେଳେ କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *