ରାଜ୍ୟ ସଭା ରେ ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ(୨୧/୦୯,ପିପିଏଲ୍ ନ୍ୟୁଜ୍) : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଛନ୍ତି ୮ ସାଂସଦ । ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ଗତକାଲି ପ୍ରବଳ ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ବିବାଦୀୟ କୃଷକ ବିଲ ଗୃହୀତ ହୋଇଥିଲା। ବିଲକୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗରେ ହଙ୍ଗାମା କରିଥିଲେ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *