ରାଷ୍ଟ୍ରପତିଙ୍କର ହେବ ବାଇପାସ ସର୍ଜରୀ

ଦିଲ୍ଲୀ(୩୦/୦୩, ପିପିଏଲ୍ ନ୍ୟୁଜ୍): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ ସର୍ଜରୀ। ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ସର୍ଜରୀ ହେବ। ତେବେ ଓଡିଆ ଡାକ୍ତର ଅକ୍ଷୟ ବିଷୋୟୀ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରିବା ନେଇ ସୂଚନା ରହିଛି।ଗତ ଶୁକ୍ରବାର ଛାତିରେ ୟନ୍ତ୍ରଣା ହେତୁ ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବାନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଥିଲା।ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏକ ଯୋଜନା ଗତ ବାଇପାସ ସର୍ଜରୀ କରିବେ। ହସ୍ପିଟାଲରୁ ଡିସଚାର୍ଜ ହେବାର ଦିନକ ପରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ରହିଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *