ରିଲିଜ୍ ହୋଇ ଯାଇଛି ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ”ସାଇନା”

ମୁମ୍ବାଇ (୨୬ /୦୩, ପିପିଏଲ୍ ନ୍ୟୁଜ୍) ରିଲିଜ୍ ହୋଇ ଯାଇଛି ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ”ସାଇନା” । ଏହି ଫିଲ୍ମଟି ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ବାୟୋପିକ୍ । ଏହି ଫିଲ୍ମ ଦେଖିବାକୁ କେବଳ ପରିଣୀତି ଚୋପ୍ରାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହି ନଥିଲେ , ବରଂ ସାଇନା ନେହୱାଲଙ୍କ ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଚାହିଁ ବସିଥିଲେ । ଏଥିରେ ସାଇନାଙ୍କ ୩୦ ବର୍ଷର ଯାତ୍ରାକୁ ଡାଇରେକ୍ଟର ଅମଲେ ଗୁପ୍ତେ ୨ ଘଂଟା ୧୪ ମିନିଟରେ ଦେଖାଇଛନ୍ତି ବଡ ପରଦାରେ । ଏଥିରେ ପରିଣୀତି ଚୋପ୍ରାଙ୍କ ସମେତ ଅନ୍ୟ କଳାକାର ମଧ୍ୟ ନଜର ଆସୁଛନ୍ତି । ୱାଲ୍ଡ ନମ୍ବର ୱାନ୍ ହେବା ପାଇଁ ସାମ୍ନା କରୁଥିବା କଷ୍ଟ ଏବଂ ଯାତ୍ରା ସମୟରେ ବଳିଦାନର କଥା ଏଥିରେ ଦେଖିବାକୁ ମିଳୁଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *