ରେଡିଓ ରେ ମନ କି ବାତ୍ କହିଲେ ମୋଦୀ

ନୂଆଦିଲ୍ଲୀ(୨୭/୦୯,ପିପି ଏଲ୍ ନ୍ୟୁଜ୍) : ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ୱ ରହିଛି ଏବଂ କୃଷକଙ୍କ ଦ୍ୱାରା ଦେଶ କିଭଳି ଆତ୍ମନିର୍ଭର ହେବ ସେ ବିଷୟରେ ଜଣାଇଥିଲେ। ଶେଷରେ ସହିଦ ହୋଇଥିବା ଦେଶର ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରୋନା କଟକଣା ମାନି ଚଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ । କାହାଣୀ ଶୁଣାଇବାର ଗୁରୁତ୍ୱ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ପରିବାରରେ, କିଛି ବୃଦ୍ଧ ବ୍ୟକ୍ତି ବା ପରିବାରର ବରିଷ୍ଠ ଲୋକମାନେ କାହାଣୀ ଶୁଣାଇବା ଜରିଆରେ ଘରେ ନୂତନ ପ୍ରେରଣା ଏବଂ ନୂତନ ଶକ୍ତି ଭରିଦେଇଥାନ୍ତି । କାହାଣୀଗୁଡିକ ଲୋକଙ୍କୁ ସୃଜନଶୀଳ କରିବା ସହ ଏବଂ ସମ୍ବେଦନଶୀଳତା ଆଣିଥାଏ । ଜଣେ ମା’ ନିଜ ଶିଶୁକୁ ଖାଇବାକୁ ଦେବା ସମୟରେ ବା ଶୁଆଇବା ସମୟରେ କାହାଣୀ ଶୁଣାଇଥାଏ। ଏହି କାହାଣୀର ପ୍ରଭାବ ଶିଶୁ ଉପରେ ଅଧିକ ପଡ଼ିଥାଏ। ଶୁଣୁଥିବା କାହାଣୀରୁ ହିଁ ଜଣେ ଶିଶୁର ବୌଦ୍ଧିକ ବିକାଶ ହୁଏ ଏବଂ ସେ ସୃଜନଶୀଳ ହୁଏ। ପ୍ରତ୍ୟେକ ମାତା-ପିତା ଏବଂ ଘରର ସଦସ୍ୟଙ୍କୁ କାହାଣୀ ବର୍ଣ୍ଣନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *