ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ଉପ ପ୍ରମୁଖ !


ଭୁବନେଶ୍ୱର (୧୦/୦୪,ପିପିଏଲ ନ୍ୟୁଜ) : ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସେନାର ଉପ ପ୍ରମୁଖ ପଦରେ ଅବସ୍ଥାପିତ କରାଯାଇଛି । ସେ ପୂର୍ବରୁ ୯ ଫୋର୍ସର କମାଣ୍ଡର ପଦ ସମ୍ଭାଳୁଥିଲେ । ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପ ପ୍ରମୁଖ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡୀ ପ୍ରସାଦ ମାହାନ୍ତି । ଏବେ ସେନାର ପ୍ରମୁଖ ପଦରେ ରହିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ନ୍ୟାସନାଲ ଡିଫେନ୍ସ ଏକାଡୋମୀର ପୂର୍ବତନ ଛାତ୍ର ଜେନେରାଲ ଦ୍ୱିବେଦୀ ୧୯୮୪ ମସିହା ଡିସେମ୍ବର ମାସରେ ଜମ୍ମୁ-କାଶ୍ମୀରର ୧୮ ବାଟାଲିୟନରେ ଭର୍ତ୍ତି ହୋଇଥିଲେ । ୩୫ ବର୍ଷରୁ ଅଧିକ କ୍ୟାରିୟ ମଧ୍ୟରେ ଚୌକିବଲ ଠାରେ ହୋଇଥିବା ବିଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମଣିପୁର ଆସାମ ରାଇଫଲ ସେକ୍ଟରରେ ବାଟାଲିୟନର ନେତୃତ୍ୱ ନେଇ ସେ ବେସ୍ ସଫଳତା ପାଇଥିଲେ । ସବୁଠାରୁ ରୋଚକ କଥା କି, ଗତ ଫେବୃଆରୀ ମାସରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି ଏହି ପଦରେ ଅବସ୍ଥାପିତ ହୋଇଥିଲେ । ତାଙ୍କ ପୂର୍ବରୁ ଜେନେରାଲ ଏସ୍ କେ ସୋନୀ ଏହି ପଦରେ ଥିଲେ । ଯିଏକି ରବିବାର ଦିନ ଅବସର ନେଇଥିଲେ ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *