ଲେହ ର ନିଁମ୍ମୁ କ୍ୟାମ୍ପ ରେ ମୋଦି ଙ୍କ ରଣହୁଙ୍କାର|

ଭୁବନେଶ୍ୱର (୦୩/୦୭, ପିପିଏଲ ନ୍ୟୁଜ) : ଅଚାନକ ଆଜି ସକାଳୁ ଲେହ ରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସୀମା ର ସ୍ତିତି ନେଇ CDS ଜେନେରାଲ ବିପିନ ରାୱତ , ନର୍ଥନ କମାଣ୍ଡର ଓ ୧୪ ଆର୍ମି କୋର ମୋଦି ଙ୍କୁ ସୂଚନା ଦେଉଥିଲେ | ଯବାନ ଙ୍କ ସହ ଆଲୋଚନା ପରେ ଗର୍ଜିଲେ ମୋଦି| ଅଭିଭାଷଣ ରେ ସେନା ଯବାନ ଙ୍କୁ ପ୍ରଶଂସା ରେ ପୋତିଲେ ପ୍ରଧାନମନ୍ତ୍ରୀ ଓ ଗଲୱାନ ଘାଟି ରେ ବୀର ଯବାନ ଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି |
ବାର୍ତା ରେ କହିଲେ ,”ଆଜି ପ୍ରତି ଦେଶବାସୀ ଙ୍କ ମୁଣ୍ଡ ବୀର ଯବାନ ଙ୍କ ପାଖ ରେ ନସ୍ତ ମସ୍ତକ | ଆପଣ ଙ୍କ ବୀରତା ପାଇଁ ଆଜି ପ୍ରତି ଟି ଭାରତୀୟ ଙ୍କ ଛାତି ଗର୍ବ ରେ ଫୁଲି ଉଠୁଛି |ଏହି ମାଟି, ପାଣି, ପଥର ଭାରତୀୟ ଯବାନ ଙ୍କ ପ୍ରକାରମ ର ସାକ୍ଷୀ|ସାରା ଦୁନିଆ ଆଜି ଦେଖିଲା ଭାରତୀୟ ଯବାନ ଙ୍କ ବୀରତ୍ୱ | ଲଦାଖ ର ଏ ପୁରା ଅଂଚଳ ଭାରତ ର ମସ୍ତକ | ଏ ମାଟି ର ସୁରକ୍ଷା ଆମର ସଂକଳ୍ପ | ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣ ର ମୁଂହାତୋଡ ଜବାବ ଦିଆଯାଇଛି | ପ୍ରତି ଆକ୍ରମଣ ପରେ ଅଧିକ ରୁ ଅଧିକ ସଶକ୍ତ ହେଉଛି ଭାରତ | ଦୁର୍ବଳ , କମଜୋର କେବେ ଶାନ୍ତି ଆଣିପାରିବ ନାହିଁ |ବିସ୍ତସରଵାଦ ର ଯୁଗ ସମାପ୍ତ ହୋଇସାରିଛି , ବର୍ତମାନ ର ଯୁଗ ବିକାଶବାଦ ର ଯୁଗ ଓ ବିସ୍ତାରବାଦ ହିଁ ମାନବିକତା ର ବିନାଶ ର କାରଣ ଏବଂ ବିଶ୍ୱ ଶାନ୍ତି ପାଇଁ କ୍ଷତିକାରକ ସାଜିଛି |ଇତିହାସ ଦେଖିଛି ବିସ୍ତାରବାଦୀ ଙ୍କ ପରାଜୟ |”
ଆମେ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚିନ୍ତ ତିଆରି କରିବା ଓ ସଂସ୍କୃତି ପରମ୍ପରା ର ଗାଥା ନେଇ ଶ୍ରୀକୃଷ୍ଣ ଙ୍କ ଭଳି ବଂଶୀ ବଜାଇ ପାରୁ ଓ ସୁଦର୍ଶନ ବି ଧରିପାରୁ , ବିଶ୍ଵଯୁଧ୍ୟ ହେଉ କି ଶାନ୍ତି ବିଶ୍ୱ ଦେଖିଛି ଆମ ଯବାନ ଙ୍କ ଧର୍ଯ୍ୟ| ଗଲୱାନ ଘାଟି ଆମର ବୋଲି କହିଲେ ମୋଦି ଓ ସୀମା ରେ ଥିବା ଯବାନ ଙ୍କ ମନୋବଳ କଲେ ଦୃଢ |

ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *