ଶୀତ ଦିନେ ବନାନ୍ତୁ ଗୁଡ ଚା

ଭୁବନେଶ୍ୱର(୨୪/୧୧,ପିପିଏଲ ନ୍ୟୁଜ)

ଆବଶ୍ୟକ ସାମଗ୍ରୀ –
ଲବଙ୍ଗ, ଗୁଡ, କ୍ଷୀର, ଅଦା, ଲୁଣ, ଗୁଜୁରାତି, ଗୋଲମରିଚ, ପାଣି, ଚା’ପତି ।


ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଗ୍ୟାସରେ ସସ୍‌ପେନ୍ ବସେଇ ପାଣି ଗରମ କରନ୍ତୁ । ପାଣି ଗରମ ହେବା ପରେ ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ଅଦା ଛେଚା, ସାମାନ୍ୟ ଲୁଣ ଓ ଚା’ପତି ପକାଇ ଫୁଟାନ୍ତୁ । ଚା’ ଫୁଟିବା ଆରମ୍ଭ କଲେ ସେଥିରେ କ୍ଷୀର ପକାଇ ଆଉ କିଛି ସମୟ ଫୁଟିବାକୁ ଛାଡି ଦିଅନ୍ତୁ । ଭଲଭାବେ ଫୁଟିଯିବା ପରେ କପ୍‌ରେ ଗୁଡ ପକାଇ ସେଥିରେ ପ୍ରସ୍ତୁତ ହୋଇଥିବା ଚା’ ଢାଳି ଅଳ୍ପ ଗୋଳାଇ ଦିଅନ୍ତୁ । ଏହାପରେ ଗରମ ଗରମ ଏହି ଗୁଡରୁ ପ୍ରସ୍ତୁତ ଚା’ର ମଜା ନିଅନ୍ତୁ ।ଶୀତଦିନରେ ସକାଳ ଓ ସଂଧ୍ୟା ସମୟରେ ଅଧିକାଂଶ ଲୋକ ଚା’ ପିଇବାକୁ ବହୁତ୍ ପସନ୍ଦ କରନ୍ତି । ଆଉ କିଛି ଲୋକଙ୍କର ଦୈନନ୍ଦିନ ଜୀବନରେ ଚା’ ପିଇବାର ଅଭ୍ୟାସ ରହିଥାଏ । ତେବେ ଚା’ ପିଇବାକୁ ପସନ୍ଦ କରୁଥିବା ଲୋକେ ଚା’ରେ ଚିନି ପରିବର୍ତେ ଗୁଡ ପକାଇ ମଧ୍ୟ ପିଇ ପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ ହେବା ସହିତ ଏହାର ସ୍ୱାଦ ମଧ୍ୟ ଭଲ |

ରିପୋର୍ଟ-ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *