ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ

ପିପିଲି (୨୮/୦୩, ପିପିଏଲ୍ ନ୍ୟୁଜ୍): ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ପ୍ରତିଭା କହିଛନ୍ତି କି, ତାଙ୍କ ପରିବାରରୁ ପ୍ରାର୍ଥୀ କରା ଯାଇଥିବାରୁ କୃତଜ୍ଞତା ପ୍ରକାଶ କରୁଛି ।ସବୁଠାରୁ ବଡ଼କଥା ହେଲା ପୁଅ ରୁଦ୍ର ମହାରଥୀଙ୍କ ପ୍ରତି ତାଙ୍କର ଆର୍ଶୀବାଦ ରହିଛି, ସମସ୍ତଙ୍କ ଆର୍ଶୀବାଦରେ ରୁଦ୍ର ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ପ୍ରତିଭା ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *