ଶେଷ ହେଲା ନିଟ୍ ପରୀକ୍ଷା : ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଫଳ

ଭୁବନେଶ୍ୱର(୧୪/୦୯, ପିପିଏଲ ନ୍ୟୁଜ): ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସିନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି) ୟୁଜି ପରୀକ୍ଷା ଅନୁଷ୍ଟିତ ହୋଇଯାଇଛି। ରାଜ୍ୟ ସରକାର ଏବଂ ଏନ୍‌ଟିଏ ଦ୍ୱାରା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।ଏହାଦ୍ବାରା ଛାତ୍ରଛାତ୍ରୀ ସାମାଜିକ ଦୂରତ୍ୱ ରକ୍ଷାକରି ଶୃଙ୍ଖଳିତଭାବେ ପରୀକ୍ଷା ଦେଇଛନ୍ତି। ଏମ୍‌ବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରୁ ଜଣେ ହେଲେ କରୋନା ପଜିଟିଭ୍ ପରୀକ୍ଷାର୍ଥୀ କେନ୍ଦ୍ରକୁ ଆସି ଫେରିନାହାନ୍ତି। ରାଜ୍ୟର ଗୋଟିଏ ପରୀକ୍ଷା କେନ୍ଦ୍ରକୁ ଛାଡି ଦେଲେ ଆଉ କୌଣସି କେନ୍ଦ୍ରରେ ଆଇସୋଲେସନ ୱାର୍ଡ ଆବଶ୍ୟକ ପଡ଼ିନାହିଁ। କେବଳ ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗାରେ ୩ଜଣ ଛାତ୍ରଛାତ୍ରୀ ଆଇସୋଲେସନ ୱାର୍ଡରେ ପରୀକ୍ଷା ଦେଇଛନ୍ତି। ତେବେ ଚଳିତ ମାସ ଶେଷ ସପ୍ତାହରେ ପ୍ରଶ୍ନପତ୍ରର ଉତ୍ତର ଏନ୍‌ଟିଏ ୱେବସାଇଟରେ ଅପଲୋଡ୍ କରାଯିବ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। କରୋନାରେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବାରୁ ସେମାନଙ୍କ ପାଇଁ ଆଉ ଗୋଟିଏ ଦିନରେ ପରୀକ୍ଷା କରାଯିବ। ଏହାକୁ ଦୃଷ୍ଟି ରେ ରଖି ଫଳ ପ୍ରକାଶରେ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *