ଶ୍ରୀମୟୀ ଙ୍କ ଆଶୁ ଆରୋଗ୍ୟ କାମନା କଲେ ମହାମହିମ ରାଜ୍ଯପାଳ

ଭୁବନେଶ୍ୱର (୨୦/୮, ପିପିଏଲ୍ ନ୍ୟୁଜ୍) : ଓଟିଡିସି ଅଧ୍ଯକ୍ଷା ତଥା ବିଜୁ ଜନତା ଦଳ ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ଗତକାଲି ସନ୍ଧ୍ୟାରେ ଶ୍ରୀମତି ମିଶ୍ର କରୋନା ରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ଏ ନେଇ ନିଜେ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ୍ ମିଡିଆ ରେ ଜଣାଇଥିଲେ । ସାମାନ୍ୟ ଲକ୍ଷଣ ସହ ତାଙ୍କ କୋଭିଡ ରିପୋର୍ଟ୍ ପଜିଟିଭ୍ ଆସିଥିଲା ବୋଲି ସେ ଉଲ୍ଲେଖ କରିଥିଲେ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ସୁସ୍ଥ ଅଛନ୍ତି ବୋଲି କହିଥିଲେ । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ଯକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ତାଙ୍କ ପ୍ରଶଂସକ ମାନେ ବହୁଳମାତ୍ରା ରେ ତାଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରିପୋର୍ଟ୍ – ତପନ କୁମାର ସୁତାର

Leave a Reply

Your email address will not be published. Required fields are marked *