ଭୁବନେଶ୍ୱର (୨୩/୦୮, ପିପିଏଲ ନ୍ୟୁଜ): ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ଅବସରରେ ନୟାପଲ୍ଲୀ ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ଶ୍ରୀ ବିନାୟକ ୟୁଥ ଆସୋସିଏସନ୍ ପକ୍ଷରୁ ଶ୍ରୀ ବିଘ୍ନ ବିନାଶକ ପୂଜା କରୋନା ନିୟମ ଅନୁସାରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି,ଶ୍ରୀ ବିନାୟକଙ୍କ ପୂଜା ଅବସରରେ ଯୁବ ସମାଜସେବୀ ତଥା ଶ୍ରୀ ବିନାୟକ ୟୁଥ ଆସୋସିଏସନର ମୁଖ୍ୟ ସଂଯୋଜକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ରୀ ବିନାୟକ ୟୁଥ ଆସୋସିଏସନର ଶ୍ରୀ ଦିଲ୍ଲୀପ କୁମାର ନାୟକ, ଶ୍ରୀ ଗଣେଷ ନାୟକ, ଶ୍ରୀ ବିଶ୍ବଜିତ୍ ସାହୁ, ଶ୍ରୀ ବିକାଶ ମହାନ୍ତି,ଶ୍ରୀ କୁନା ଚନ୍ଦ୍ର ସାହୁ ଙ୍କ ସମେତ ଆନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଅଞ୍ଚଳର କୁନି କୁନି ଆଦର ପିଲା ମାନଙ୍କୁ କରୋନା ମହାମାରୀ ପରିପ୍ରେକ୍ଷୀରେ ସଚେତନ କରାଇବା ସହ ମାସ୍କ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।
ରିପୋର୍ଟ – ତପନ କୁମାର ସୂତାର