ସଂସଦ ର ଚଳିତ ବର୍ଷ ମୌସୁମୀ ଅଧିବେସନ ଚାଲିବ ଏମିତି ! କେମିତି ଜାଣନ୍ତୁ…?

ନୂଆଦିଲ୍ଲୀ (୨୧/୮, ପିପିଏଲ ନ୍ୟୁଜ): ମହାମାରୀ କରୋନା ସାରା ବିଶ୍ବ କୁ କବଳିତ କରି ରଖିଛି। ଏଭଳି ସଙ୍କଟ ସମୟରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ମୌସୁମୀ ଅଧିବେଶନ କିଛି ଭିନ୍ନ ଧରଣର ହେବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟକାଳ ଆଲର୍ଟମେଣ୍ଟ ଡେ ଆଧାରରେ ହେବ । ଅର୍ଥାତ୍ ଗୋଟିଏ ଦିନ ଲୋକସଭା ଚାଲିବ ଏବଂ ଦ୍ବିତୀୟ ଦିନ ରାଜ୍ୟସଭା ଚାଲିବ ।ମିଳିଥିବା ସୂଚନା ଅନୁଯାୟୀ, ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ଆଲର୍ଟମେଣ୍ଟ ଡେ ଆଧାରରେ କାର୍ଯ୍ୟକାରୀ କରାଯାଇପାରେ, ଅର୍ଥାତ୍ ଗୋଟିଏ ଦିନ ଲୋକସଭା ଏବଂ ତାପର ଦିନ ରାଜ୍ୟସଭା ଚାଲିବ ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ଯୋଗୁଁ ସଂସଦର ବଜେଟ୍ ଅଧିବେଶନ ସ୍ଥଗିତ କରିଦିଆଯାଇଥିଲା । ଭାରତୀୟ ସମ୍ବିଧାନ ଅନୁଯାୟୀ ସଂସଦର ଅଧିବେଶନ ଶେଷ ଏବଂ ଆଗାମୀ ଅଧିବେଶନର ଆରମ୍ଭ ମଧ୍ୟରେ ୬ମାସରୁ ଅଧିକ ସମୟ ପାର୍ଥକ୍ୟ ରହିପାରିବ ନାହିଁ । ଏଥିପାଇଁ ମୌସୁମୀ ଅଧିବେଶନ ଆରମ୍ଭ କରିବା ପାଇଁ ସେପ୍ଟେମ୍ବର ୨୩ ତାରିଖ ଶେଷ ତାରିଖ ରହିଛି ।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *