ସକାଳ ୧୦ ରେ ବଡ ଘୋଷଣା !

ଭୁବନେଶ୍ୱର ( ୦୧/୦୫,ପିପିଏଲ୍ ନ୍ୟୁଜ୍ ) : ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଟିପିଛି । ଦୈନିକ ସଂକ୍ରମଣ ଆଜି ପାର୍‌ କରିଛି ୧୦ ହଜାର । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା’ପଛକୁ ଅଛି ସୁନ୍ଦରଗଡ଼ ଓ କଟକ । ମେ’ ମାସ ଆରମ୍ଭରୁ ସଂକ୍ରମଣ ୧୦ ହଜାର ଟପିଥିବାରୁ ବଢ଼ିଯାଇଛି ଚିନ୍ତା । ଲୋକ ଅଧିକ ସର୍ତକ ନହେଲେ ମେ ୧୫ ସୁଦ୍ଧା ସଂକ୍ରମଣ ପିକ୍‌କୁ ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।


ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *