ସଡକ ଦୁର୍ଘଟଣା ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆହତ !

ବେଲଗୁଣ୍ଠା ( ୦୩/୧୦, ପିପିଏଲ୍ ନ୍ୟୁଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣା ଛକ ଠାରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ବାଇକ ପଛପଟୁ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବେଲଗୁଣ୍ଠା ବ୍ଲକ ଖଇରପୁଟି ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା (୫୫) ଆହତ ହୋଇଥିବା ଜଣାପଡିଛି।ମିଳିଥିବା ଖବର ପ୍ରକାରେ ଆଜି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ନିଜ ବାଇକ ଯୋଗେ ଖଇରପୁଟି ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ସ୍କର୍ପିଓ ଯାହାର ନମ୍ବର( OR 02X 2838) ଭାରସାମ୍ୟ ହରାଇ ପୂର୍ଣଚନ୍ଦ୍ରଙ୍କ ବାଇକ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ପୂର୍ଣଚନ୍ଦ୍ର ରାସ୍ତା କଡ଼କୁ ଛିଟିକି ପଡିବା ସହ ହାତ ଓ ଛାତି ରେ ଆଘାତ ପାଇ ବେହୋସ ହୋଇଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ବିଞ୍ଚଣା ଗ୍ରାମର ଅମର ପ୍ରଧାନ ପୂର୍ଣଚନ୍ଦ୍ରଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋବରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ । ଖବର ପାଇ ଗାଙ୍ଗପୁର ପୋଲିସ ଦୁର୍ଘଟଣାଗସ୍ତ ଦୁଇ ଗାଡିକୁ ଜବତ କରିବା ସହ ସ୍କର୍ପିଓ ଚଳକଙ୍କୁ ଅଟକ ରଖିଥିବା ଜଣାପଡିଛି ।

ରିପୋର୍ଟ୍ – ରାଜେଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *