ସରକାର ଙ୍କ କଡା ଆଭିମୁଖ୍ଯ !

ନୂଆଦିଲ୍ଲୀ ( ୨୭/୦୭, ପିପିଏଲ୍ ନ୍ୟୁଜ୍) : ଭାରତରେ ୫୯ ଚାଇନା ଆପ୍ ବ୍ୟାନ୍ କରିବା ପରେ ବର୍ତ୍ତମାନ ସରକାର ଆଉ ୨୭୫ ଚାଇନା ଆପ୍ ବ୍ୟାନ୍ କରିବାକୁ ପ୍ରସ୍ତୁତି କରୁଛନ୍ତି ବୋଲି ବିଶେଷ ସୂତ୍ର ରୁ ଖବର୍ ମିଳିଛି | ଏହିସବୁ ଆପ୍ ନ୍ୟାସନାଲ୍ ସିକ୍ୟୁରିଟି ଓ ୟୁଜର୍ସଙ୍କ ପ୍ରାଇଭେସି ପାଇଁ କୌଣସି ବିପଦ ରହିଛି କି ବୋଲି ସରକାର ଚେକ୍ କରୁଛନ୍ତି | ସୂତ୍ର ଅନୁଯାୟୀ, ଯେଉଁସବୁ କମ୍ପାନୀର ସର୍ଭର ଚୀନରେ ଅଛି ସେହି ସବୁ ଆପ୍ ଉପରେ ପ୍ରଥମେ ରୋକ୍ ଲଗାଇବାକୁ ପ୍ରୟାସ କରାଯାଉଛି |ସୂତ୍ର ଅନୁଯାୟୀ, ଏହି ୨୭୫ ଆପରେ ଗେମିଙ୍ଗ୍ ଆପ୍ PUBG ମଧ୍ୟ ସାମିଲ୍ ରହିଛି | ଏହା ଚାଇନାର ଭେଲ୍ୟୁବଲ୍ ଇଣ୍ଟରନେଟ୍ Tencent ର ଅଂଶ | ଏହାସହ ଏଥିରେ Xiaomi ଦ୍ୱାରା ତିଆରି ହୋଇଥିବା Zili ଆପ୍, ଇ-କମର୍ସ ଆଲିବାବା କମ୍ପାନୀର Aliexpress ଆପ୍, Resso ଆପ୍ ଏବଂ Bytedance ର ULike ଆପ୍ ମଧ୍ୟ ସାମିଲ ରହିଛି |
ଏହି ଡେଭେଲପମେଣ୍ଟ ସହିତ ଜଡିତ ଜଣେ ବ୍ୟକ୍ତି କହିଛନ୍ତି ଯେ ସରକାର ଏହିସବୁ ୨୭୫ ଆପ୍‌କୁ କିମ୍ବା ଏହା ମଧ୍ୟରୁ ଏମିତି କିଛି ଆପ୍‌କୁ ବ୍ୟାନ କରିପାରେ | ଯଦି କୌଣସି ସମସ୍ୟା ନ ଥାଏ ତାହେଲେ କୌଣସି ବି ଆପ୍ ବ୍ୟାନ୍ ହେବନାହିଁ ବୋଲି କୁହାଯାଇପାରେ |

ରିପୋର୍ଟ୍ – ସନ୍ତୋଷ କୁମାର ସାହୁ

Leave a Reply

Your email address will not be published. Required fields are marked *