ସହାୟତା ର ହାତ ବଢ଼ାଇଲେ ହିମାଂଶୁ

ଯାଜପୁର(୨୫/୧୧,ପିପିଏଲ୍ ନ୍ୟୁଜ୍) : ସରକାର ଦିବ୍ୟାଙ୍ଗ ମାନଙ୍କୁ ସରକାରୀ ଯୋଜନା ସାମିଲ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ମାତ୍ର ପ୍ରଚାର ଓ ପ୍ରସାର ଅଭାବରୁ ଦିବ୍ୟାଙ୍ଗ ମାନଙ୍କୁ ଏସବୁ ସୁବିଧା ସୁଯୋଗ ମିଳୁପାରୁନାହିଁ । ଏଭଳି ଏକ ଚିତ୍ର ଦେଖିବାକୁମିଳିଛି ଧର୍ମଶାଳ ବ୍ଳକ କଣ୍ଟିଗଡିଆ ପଞ୍ଚାୟତର ପିପଳିଢିଅ ଗ୍ରାମର ଦଳିତସାହି ରେ। ଏହି ଗାଁ ର ଏକ ଗରିବ ପରିବାର ର ଦୃଷ୍ଟିବାଧିତ ଦିବ୍ୟାଙ୍ଗ କନ୍ୟା ଅବହେଳିତ ଘଟଣା ଲୋକଲୋଚନ ଆସିବା ପରେ ଖୁବଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ଏହି ଗ୍ରାମର ପ୍ରଫୁଲ ମଲ୍ଲିକଙ୍କ ଦିବ୍ୟାଙ୍ଗ କନ୍ୟା ୧୦୦% ପ୍ରତିଶତ ଦିବ୍ୟାଙ୍ଗତା ହୋଇଥିଲେ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସୁଯୋଗ ଏଯାଏଁ ମିଳିନାହିଁ। ତେଣୁ ଏଖବର ମିଳିବା ପରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ସ୍ଥାନୀୟ ସାମାଜିକ କର୍ମୀ ହିମାଂଶୁ ଶେଖର ସାହୁ ଉକ୍ତ ପରିବାର ପାଖରେ ପହଞ୍ଚି ଭଲମନ୍ଦ ପଚାରି ବୁଝିଥିଲେ ଓ ପରିବାରର ସ୍ଥିତି ଦୁର୍ବଳ ହୋଇଥିବାରୁ ସଙ୍ଗେସଙ୍ଗେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପ୍ରଶାସନ ପକ୍ଷରୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା, ବାଣୀଶ୍ରୀ ଭତ୍ତା ଓ ଅଙ୍ଗନବାଡିରୁ ମିଳୁଥିବା ସମସ୍ତ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ। ଏହ ସହ ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତ ଯଥା ଅଣ୍ଟିଆ, କଣ୍ଟୀଗଡିଆ, ଓ ଦେଓଦା ପଂଚାୟତ ବୁଲି ବିଭିନ୍ନ ରୋଗରେ ମୁର୍ତ୍ୟୁ ବରଣ କରିଥିବା ଲୋକଙ୍କୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ। ତତସହିତ କଣ୍ଟୀଗଡ଼ିଆ ପଂଚାୟତ ର ପିପଳିଢିଅ ଗ୍ରାମର ଦଳିତ ସାହିର ପ୍ରଫୁଲ୍ଲ ମଲ୍ଲିକ ଙ୍କ ଝିଅ ସେ ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ଏହା ଶୁଣି ଟ୍ରଷ୍ଟ ସମ୍ପାଦକ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ସେହି ଗ୍ରାମର ଏକ ଶିବ ମନ୍ଦିରର ଉନତି କରଣ ପାଇଁ ଗ୍ରାମ ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଓ ସେହି ଦଳିତ ସାହିର ହୂରସିକେଶ ମଲ୍ଲିକଙ୍କ ପରିବାର ସେ ବହୁତ ଅସୁବିଧା ରେ ଚଳୁଥିଲେ ଏହା ଶୁଣି ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିଥିଲେ ।
ରିପୋର୍ଟ – ଗୌତମ କୁମାର ସାହୁ

Leave a Reply

Your email address will not be published. Required fields are marked *