ସହିଦ ଯବାନ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !

ଭୁବନେଶ୍ୱର (୦୮/ ୦୪,ପିପିଏଲ ନ୍ୟୁଜ) : ଗତକାଲି ବଡଗଡ ବ୍ରୀଟ କଲୋନୀ ବାସୀ ଙ୍କ ତରଫ ରୁ ବଡଗଡ ବ୍ରୀଟ କଲୋନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖ ରେ ଛତିଶଗଡ଼ ସୁକମା ବିଜାପୁର ଠାରେ ସହିଦ୍ ହୋଇଥିବା ଯବାନ ମାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଆହତ ଯବାନ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଯାଇଥିଲା ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଶାଶ୍ୱତ ଅନୁରାଗ ସାହୁ (ଶୁଭମ୍), ଆୟୁଷ ବାରିକ, ଧନଞ୍ଜୟ ଲେଙ୍କା,ସୁରଜ୍ ସ୍ଵାଇଁ , ପ୍ରତ୍ୟୁଷ ପ୍ରଧାନ ,ତାବରେଜ ରାଜ, ରଜତ ଦାସ ,ରାହୁଲ୍ ଦାସ, ରାକେଶ ଦାସ,ସନ୍ତୋଷ ସାହୁ ପ୍ରମୁଖ ସାମିଲ୍ ହୋଇ ସହିଦ୍ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ତାଙ୍କର ସ୍ମୃତିଚାରଣ କରିଥିଲେ।

ରିପୋର୍ଟ -ରାଜେଶ୍ଵରୀ

Leave a Reply

Your email address will not be published. Required fields are marked *