ସାଂସଦ ଅପରାଜିତାଙ୍କ ନାଁରୁ ମାମଲା ପ୍ରତ୍ୟାହାର ଦାବି

ଭୁବନେଶ୍ୱର (୦୯/୦୭ , ପିପିଏଲ୍ ନ୍ୟୁଜ୍ ): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତାକୁ ଶାସକ ଦଳର କେତେକ ନେତା ସହିପାରୁ ନାହାନ୍ତି । ସେଥିପାଇଁ ତାଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଛି । ମହାମାରୀ କରୋନା ସମୟରେ ସେ ସାଧାରଣ ଜନତାଙ୍କ ଭଲମନ୍ଦ ବୁଝୁଥିବା ବେଳେ କେତେକ ନେତା ତାଙ୍କୁ କାଠଗଡାକୁ ଟାଣିବାକୁ ପ୍ରୟାସ କରୁଛନ୍ତି । ଏଭଳି ଲୋକପ୍ରିୟ ସାଂସଦଙ୍କ ନାଁରେ ଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏମିତ ଅଭିଯୋଗ କରି ‘ ୟୁଥ୍ ଫର୍ ଆକ୍ସନ ‘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବାରିପଦା ଉପଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅପରାଜିତାଙ୍କ ଦ୍ଵାରା କୋଭିଡ଼-୧୯ ନିୟମ ଉଲ୍ଲଂଘନ କରଯାଇଥିବା ଭୁବନେଶ୍ୱର ନଗର ନିଗମ ଅଧିକାରୀ ଯେଉଁ ଅଭିଯୋଗ ଆଣିଛନ୍ତି , ତାହା ସମ୍ପୁର୍ଣ୍ଣ ମିଥ୍ୟା । ତେଣୁ ତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏଥି ସହିତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଥ୍ ଫର୍ ଆକ୍ସନର କର୍ମକର୍ତ୍ତା ଦାବି କରିଛନ୍ତି ।
ବୁଧବାର ଦେବାଶିଷ ନାୟକଙ୍କ ଆହ୍ୱାନକ୍ରମେ ୟୁଥ୍ ଫର୍ ଆକ୍ସନର କର୍ମକର୍ତ୍ତା ମାନେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହା ପରେ ସଙ୍ଗଠନର ସଭାପତି ଅରବିନ୍ଦ କଟୁଆଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଉପଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ଦେବା ସମୟରେ ସତ୍ୟବ୍ରତ ଦତ୍ତ , ଦେବରାଜ ମହାନ୍ତି , ମନୋଜ କୁମାର କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *