ନୂଆପଡା (୨୬/୧୧,ପିପିଏଲ୍ ନ୍ୟୁଜ୍) :ଖଡିଆଳ ର ହେଲଥ କ୍ଲବ ତରଫରୁ ଗରିବ ନୀରିହ ଲୋକଙ୍କୁ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ବସ୍ତ୍ର ବଣ୍ଟନ କରଯାଇଥିଲା, ପ୍ରଥମେ ଖଡିଆଳ ବ୍ଳକ ବିଜେପୁର ଗାଁ ରେ ଥିବା ଦୃଷ୍ଟି ହୀନ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ , ଏହା ପରେ ଗୁଢିଏଲବନ୍ଦ ପୋଖରୀ ହିଡ ରେ ଘର ଦ୍ବାର ନଥିବା ସମସ୍ୟା ଗସ୍ତ ଲୋକଙ୍କୁ ମଧ୍ୟ ପେଣ୍ଟ ସାର୍ଟ ଟି ସର୍ଟ ସାଡି ଧୋତି ଲୁହଙ୍ଗି ଆଦି ବଣ୍ଟନ କରାଯାଇଥିଲା, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଏହି ହେଲଥ କ୍ଲବ ର ଉଦ୍ୟମ କୁ ପ୍ରଶଂସା କରି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଗରିବ ନିରିହ କୁ ବସ୍ତ୍ର ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଡ, ପଦ୍ମଲୋଚନ ବର୍ମା, ଶ୍ରୀ ଗୋପାଲ ଅଗ୍ରୱାଲ, କୈଲାସ ନାଏକ, କୈଲାସ ଅଗ୍ରୱାଲ, ବିରଜା ଦଲ ପତି, କୁଲଦିପ ବର୍ମା, ସତ୍ୟ ଦାସ, ବିଜୟ ସହିସ ଙ୍କ ପ୍ରମୁଖ ଭୁମିକା ରହିଥିଲା, ହେଲଥ କ୍ଲବ ର ଉଦ୍ୟମ କୁ ସବୁ ସ୍ତରରେ ପ୍ରଂଶସା କରୁଛନ୍ତି।
ରିପୋର୍ଟ -ଶାମ୍ବ କୁମାର ସରାଫ