ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲା ବ୍ରେନ୍ସ୍ ଏଜୁକେସନାଲ ଟ୍ରଷ୍ଟ

ଭୁବନେଶ୍ୱର ( ୦୬/୦୮ , ପିପିଏଲ୍ ନ୍ୟୁଜ୍ ) : ଆଜି ବ୍ରେନ୍ସ୍ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନା ସମୟରେ ନିଜର ଜୀବନକୁ ଖାତିର ନକରି ଜନ ସଧାରଣଙ୍କ ପାଖରେ ଟିକ୍ ନିକ୍ ଖବର ପହଂଚାଉଥିବା ସାମ୍ବାଦିକ ମାନଙ୍କ ମନୋବଳ ବଢାଇବା ପାଇଁ ବ୍ରେନ୍ସ୍ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଆଜି ଜୟଦେବ ଭବନ ସମ୍ମୁଖରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଟ୍ରଷ୍ଟ ର ଛାତ୍ର ମାନେ ଉପସ୍ଥିତ ରହି ବିଭିନ୍ନ ଗଣମାଧ୍ୟମ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏଵଂ ତାଙ୍କ କହିବା ଅନୁଯାୟୀ, ସାମ୍ବାଦିକ ମାନେ ସଦାସର୍ବଦା ନିଜ ଜୀବନକୁ ଖାତିର ନ କରି ଜନ ସାଧାରଣଙ୍କ ପାଈଁ ଖବର ସଂଗ୍ରହ କରୁଛନ୍ତି ସେଥି ପାଈଁ ଆଜି ଆମେ ଏହି ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲୁ । ସେମାନଙ୍କର ମନୋବଳକୁ ବୃଦ୍ଧି କରିବା ସହିତ କରୋନା ସହ ମୁକାବିଲା କରି କିପରି ଭାବେ ଖବର ସଂଗ୍ରହ କରି ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବେ ସେ ନେଇ ପ୍ରତିଜ୍ଞା ବଦ୍ଧ ହୋଇଥିଲେ ।

ରିପୋର୍ଟ – ସନ୍ତୋଷ

Leave a Reply

Your email address will not be published. Required fields are marked *