ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ

ନୂଆଦିଲ୍ଲୀ (୨୪ /୧୨,ପିପିଏଲ୍ ନ୍ୟୁଜ୍ ) : ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡରୁ ଆସିଥିବା ବ୍ୟକ୍ତି ବିଶେଷସେମାନଙ୍କ ସମ୍ପର୍କରେ ସୂଚନା ତୁରନ୍ତ ଦେବାକୁ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତ୍ୱରିତ ଅନୁସନ୍ଧାନକାରୀ ଦଳ, ସେମାନଙ୍କ ସୂଚନା ସଂଗ୍ରହ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ । ସେପଟେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରୁଛି ଆରଏମଆରସି ।

ରିପୋର୍ଟ -ରାଜେଶ୍ଵରୀ ନାୟକ

Leave a Reply

Your email address will not be published. Required fields are marked *