ସିବିଆଇ ପାଖରୁ ସୁନା ଗାଏବ, କିଏ ନେଲା ସୁନା ?

ଚେନ୍ନାଇ ‌(୧୨/୧୨,ପିପିଏଲ୍ ନ୍ୟୁଜ୍ ) : ଚେନ୍ନାଇରେ ଅଭାବନୀୟ ଘଟଣା| ଦେଶର ସବୁଠାରୁ ବଡ ଓ ବିଶ୍ୱସନୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହେପାଜତରେ ଥିବା ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ । ଏଠାରେ ଥିବା ସିବିଆଇର ଏକ କାର୍ଯ୍ୟାଳୟରୁ ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଗାଏବ ହୋଇଥିବା ସୁନାର ଆନୁମାନକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏନେଇ ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ଲୋକଲୋଚନକୁ ଆସିଛି । ସୂଚନା ମୂୁତାବକ ସିବିଆଇ ୨୦୧୨ ମସିହାରେ ଚେନ୍ନାଇର ସୁରାନା କାର୍ଯ୍ୟାଳୟରେ ଚଢାଉ କରି ୪୦୦ କିଲୋ ସୁନା ଜବତ୍ କରିଥିଲା । ହେଲେ ଏବେ ସେହି ୪୦୦ କିଲୋ ସୁନାରୁ ୧୦୩ କିଲୋ ସୁନା ଉଭାନ ହୋଇଯାଇଛି । ଏନେଇ ସିବିଆଇ କହିଛି ଯେ ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ଲକର ପାଇଁ ୭୨ ଟି ଚାବି ପ୍ରଦାନ କରାଯାଇଥିଲା । ହେଲେ ଏହି ଚାବି ବିଭିନ୍ନ କର୍ମଚାରୀଙ୍କ ପାଖରେ ରହୁଥିଲା । ସିବିଆଇ ନିଜ ଉପରୁ ଦୋଷ ହଟାଇବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ସିବିଆଇର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି ଯେତେବେଳେ ସୁନା ଜବତ ହୋଇଥିଲା ସୁନାର ସମସ୍ତ ରଡକୁ ଏକ ସଂଗେ ଓଜନ କରାଯାଇଥିଲା । ହେଲେ ଏବେ ତାହାକୁ ଅଲଗା ଅଲଗା କରି ଓଜନ କରିବା ଦ୍ୱାରା ଓଜନରେ ଗଡ ବଡ ହେଉଛି । ହେଲେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରକାଶ ସିବିଆଇର ଏଭଳି ଦାବିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ସିବି-ସିଆଇଡିର ଜଣେ ଏସପି ପାହ୍ୟାର ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କହିଛନ୍ତି କି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *