ସିମିଲିଗୁଡା ରେ କଂଗ୍ରେସ ର ଜରୁରୀକାଳୀନ ବୈଠକ

କୋରାପୁଟ ( ୨୦/୧୨, କୋରାପୁଟ ଜିଲ୍ଲା ସିମିଳିଗୁଡା ସ୍ଥିତ ୱିଡା ଅଫିସ ପଛ ପଡ଼ିଆରେ ଗତକାଲି କଂଗ୍ରେସ ଦଳର ଏକ ଜରୁରୀ କାଳୀନ ବୈଠକ ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା।ଏହି ବୈଠକରେ କଂଗ୍ରେସ ଦଳର ସମସ୍ତ କର୍ମକର୍ତ୍ତା ଓ ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂ୍ବତନ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ ଏବଂ ୱାର୍ଡ ମେମ୍ବର, ବ୍ଲକର ପ୍ରତି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ପୂର୍ବତନ ସରପଂଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ଆଗାମୀ ପଂଚାୟତରାଜ ନିର୍ବାଚନକୁ ଦୃଷ୍ଠିରେ ରଖି ଏକ ଜରୁୀକାଳୀନ ବୈଠକରେ ଯୋଗଦେଇ ବ୍ଲକ କଂଗ୍ରେସର ସାଙ୍ଗଠିକ କର୍ମକର୍ତ୍ତା ମାନଙ୍କୁ ଚୟନ କରାଯାଇଥିଲା ।ତୃଣମୂଳସ୍ତର ରୁ ରୁ କଂଗ୍ରେସ ସଂଗଠନକୁ ଦୃଢ/ମଜଭୁତ କରିବା ପାଇଁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାପରେ ପୂର୍ବରୁ ଥିବା କଂଗ୍ରେସ କମିଟିରେ ସ୍ଥାନ ପାଇଥିବା ସଭାପତି ଶ୍ରୀ ସନିଆ ମାଝୀ ଏହି ବୈଠକକୁ ସୁଚାରୁରୂପେ ସଭାପତିତ୍ବ କରିଥିଲେ।
ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ସିଲ୍ ମଣି ବେନ୍ୟା, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ ତୃଣମୂଳସ୍ତର ର ସମସ୍ୟାକୁ ନେଇ ସମାଧାନର ରାସ୍ତା ଉପରେ ଆଧାରିତ ଆଲାଚୋନା କରିବା ସହିତ କଂଗ୍ରେସ ଦଳର ମୂଳଭୂମି ଏବଂ ଇତିହାସ ସମର୍କରେ ବୈଠକରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ।

ରିପୋର୍ଟ – ପ୍ରମୋଦ ତାଡୀଙ୍ଗି

Leave a Reply

Your email address will not be published. Required fields are marked *