ସୁଟିଂ ବିଶ୍ଵକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଆ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

ନୂଆଦିଲ୍ଲୀ ( ୧୭/୦୨,ପିପିଏଲ୍ ନ୍ୟୁଜ୍) : କ୍ରୀଡା କ୍ଷେତ୍ରରେ ଓଡିଆ ଝିଅ ସବୁବେଳେ ନିଜର ଦକ୍ଷତା ଦେଖାଇ ଆସିଛନ୍ତି । ତେବେ ଓଡିଆ ରାଇଫଲ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ସୁଟିଂ ବିଶ୍ଵକପରେ ଭାରତୀୟ ରାଇଫଲ ମହିଳା ଦଳରେ ସ୍ଥାନ ପାଇ ଓଡିଶାକୁ ଗର୍ବିତ କରିପାରିଛନ୍ତି । ଭାରତୀୟ ଦଳରେ ସାମିଲ ହେଲା ପରେ ଶ୍ରୀୟଙ୍କାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହି ମହିଳା ସୁଟିଂ ବିଶ୍ଵକପ ମ୍ୟାଚ ୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୨୯ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି ଏବଂ ଏହାକୁ ହୋଷ୍ଟ କରିବ ନୂଆଦିଲ୍ଲୀ ।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *