ସୁଧୁରୁନି ସ୍ଥିତି, ଆଜି ୨୨୩୯ କରୋନା ଆକ୍ରାନ୍ତ ସାଙ୍ଗ କୁ ୯ ମୃତ ।

ଭୁବନେଶ୍ୱର(୧୮/୦୮,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ଆଜି ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୧୬ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ  ୮୨୩ । ଯାହାକୁ ମିସାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪ହଜାର୫୩୩ ହୋଇଛି ।ଏହାସହ ରାଜ୍ୟରେ  ଆଜି ପୁଣି ୯ ମୁଣ୍ଡ ନେଈଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୨ କୁ ବୃଦ୍ଧି ପାଇଛି ।ଏହି ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ,ରାୟଗଡ଼ାରୁ ୨ ଜଣ, ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ଆଖିବୁଜିଛନ୍ତି।ଆଜି ଆକ୍ରାନ୍ତ ଙ୍କ ମଧ୍ୟ ରୁ ଅନୁଗୁଳରୁ ୬, ବାଲେଶ୍ୱର ୧୩୦, ବରଗଡ ୫୧, ଭଦ୍ରକ ୭୩, ବଲାଙ୍ଗିର ୬୬, ବୌଦ୍ଧ ୫୩, କଟକ ୧୧୭, ଢ଼େଙ୍କାନାଳ ୩୬, ଗଜପତି ୪୨ , ଗଞ୍ଜାମ ୨୪୬, ଜଗତସିଂହପୁର ୨୬, ଯାଜପୁର ୭୫, ଝାରସୁଗୁଡା ୧୩, କଳାହାଣ୍ଡି ୨୧, କନ୍ଧମାଳ ୯୦, କେନ୍ଦ୍ରାପଡା ୭, କେନ୍ଦୁଝର , ଖୋର୍ଦ୍ଧା ୪୧୯, କୋରାପୁଟ ୯୧, ମାଲକାନଗିରି ୫୫, ମୟୁରଭଞ୍ଜ ୮୦, ନବରଙ୍ଗପୁର ୧୪, ନୟାଗଡ ୧୪୭, ନୂଆପଡା ୮, ପୁରୀ ୪୦, ରାୟଗଡା ୧୨୦, ସମ୍ୱଲପୁର ୫୩, ସୋନପୁର ୨୪, ସୁନ୍ଦରଗଡ଼ ୬୪ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *