ସୁନ୍ଦରଗଡ଼ (୧୮/୦୧,ପିପିଏଲ୍ ନ୍ୟୁଜ୍) : ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ମସ୍ନିକାନୀ ଟୋଲଗେଟ ଠାରେ ନୂତନ ଟ୍ରାଫିକ ନିୟମ ଏବଂ ସଡ଼କ ସୁରକ୍ଷା ପ୍ରତି ଗାଡ଼ି ଚାଳକ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ରାଉରକେଲା ଟୋଲ ୱେ ଲିମିଟେଡ ତରଫରୁ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ମସ୍ନିକାନି ଟୋଲ୍ ଗେଟ ନିକଟରେ ସଡ଼କ ସୁରକ୍ଷା ସଚେତନତା ପାଳନ ରୁଟ ଅଫିସର ଶ୍ରୀ ବରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି ।
ଆଜି ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏସ.ପି ସଗରିକା ନାଥ ଏବଂ ରୁଟ ମ୍ୟାନେଜର ଶ୍ରୀ ଆଶିଷ କୁମାର ମହାନ୍ତି ଉପସ୍ଥିତ ସ୍ଥାନୀୟ ଜନସାଧାରଣ, ତଥା କର୍ମଚାରୀଙ୍କୁ ବାଇକ୍ ଓ ଗାଡ଼ି ଚାଲକ ମାନଙ୍କୁ ହେଲମେଟ ପିନ୍ଧିବା, ଦ୍ରୁତ ବେଗର ଗାଡ଼ି ନ ଚଳାଇବା ଆଦି ବିଭିନ୍ନ ଯାନବାହାନ ଚଳାଚଳ ନିୟମ ବିଷୟରେ ସଚେତନ କରାଇଲେ ।
ଏହି ଅବସରରେ ସୁନ୍ଦରଗଡ ଏସ.ପି ସଗରିକା ନାଥ ଙ୍କ ସମେତ ସୁନ୍ଦରଗଡ RTO, ଭଷ୍ମା ଥାନା ଆଇ.ଆଇ.ସି, ଭସ୍ମା ଥାନା ଏସ.ଆଇ, ବହୁ ମହାମାନ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଶେଷରେ ଏସ.ପି ସାଗରିକା ନାଥ ମହୋଦୟା ପତାକା ଦେଖାଇ ରାଲି ର ଶୁଭାରମ୍ଭ କରିଥିଲେ ।
ପରେ ମସ୍ନିକାନି ଟୋଲ୍ ଗେଟ ନିକଟରେ ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ କରାଗଲା । ରୁଟ ପେଟ୍ରୋଳିଂ ଅଫିସର ଚନ୍ଦ୍ରଭାନୁ ଯୁରା, ଶ୍ରୀମନ୍ତ ସେନାପତି, ଉମାକାନ୍ତ ପଟେଲ, ଦୁର୍ଗାପ୍ରସାଦ କିଶାନ ପ୍ରମୁଖ ସହଯୋଗ କରିଥିଲେ।