ସୁନ୍ଦରୀ ନାୟିକା ଙ୍କ ଓଲିଉଡ଼ ଯାତ୍ରା !

ଓଲିଉଡ଼ ଜଗତ ର ସୁନ୍ଦରୀ ଓ ଟ୍ୟାଲେଣ୍ଟେଡ ନାୟିକା ସୂର୍ୟମୟୀ ମହାପାତ୍ର । ତାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ନେଇଛନ୍ତି ଆମ ପ୍ରତିନିଧି ରାଜେଶ୍ୱରୀ ନାୟକ । ତେବେ, ଆସନ୍ତୁ ‘ଆମ ସେଲିବ୍ରିଟି’ ର ଆଜି ର କଥୋପକଥନ ରେ ଜାଣିବା ସୂର୍ୟମୟୀ ଙ୍କ ବିଷୟରେ …

ରିପୋର୍ଟର : ଆପଣଙ୍କ ସ୍କୁଲିଂ କେଉଁଠି ?
ସୂର୍ୟମୟୀ : ଦିଲ୍ଲୀ ପବ୍ଲିକ ସ୍କୁଲ (ଦାମନଯୋଡ଼ି)
ରିପୋର୍ଟର : ଆପଣଙ୍କ ଡାକ ନାମ ?
ସୂର୍ୟମୟୀ : ସୁଇଟି
ରିପୋର୍ଟର : ଅଭିନୟ ପ୍ରତି କେବେଠାରୁ ଆଗ୍ରହ ଆସିଥିଲା ?
ସୂର୍ୟମୟୀ. : ସେମିତିରେ କହିବାକୁ ଗଲେ ମଡେଲିଂ ଜରିଆରେ ଆକ୍ଟିଙ୍ଗ କୁ ଆସିଲି। ରିଆଲିଟି ସୋ’ ରେ ଭାଗ ନେଇଥିଲି ପରେ ଜିତି ଥିଲି। ବହୁତ୍ ନର୍ଭସ୍ ଥିଲି ହେଲେ ଟିମ ବହୁତ୍ ସପୋର୍ଟିଭ୍ ଥିଲା । ମୋର ପ୍ରଥମ ଫିଲ୍ମ ‘ଭଲ ପାଏ ତତେ ୧୦୦ ରୁ ୧୦୦’ ଥିଲା।ଏହାପରେ ଆକ୍ଟିଂ ପ୍ରତି ଭଲ ପାଇବା ଆସିଲା।

ରିପୋର୍ଟର : ଖାଲି ଟାଇମ୍ ରେ କଣ କରନ୍ତି ?
ସୂର୍ୟମୟୀ : ଏବେ ତ ଲକ୍ ଡାଉନ୍ ରେ ବହୁତ୍ କିଛି ଶିଖିବାକୁ ମିଳିଲା। ଖାଲି ଟାଇମ୍ ରେ ବହି ପଢେ ଏବଂ ପରିବାର ସହ ସମୟ ବିତାଏ।
ରିପୋର୍ଟର : ପ୍ରିୟ ରଙ୍ଗ ?
ସୂର୍ୟମୟୀ : କଳା
ରିପୋର୍ଟର : ରୋଷେଇ ପ୍ରତି ଆଗ୍ରହ ?
ସୂର୍ୟମୟୀ : ହଁ ,ମୁଁ ରୋଷେଇ ଏଇ ଲକ୍ ଡାଉନ୍ ରେ କରୁଛି। ବହୁତ୍ କିଛି ନହେଲେ ବି ଅଳ୍ପ ଶିଖିଛି। ଏମିତିରେ ଦେଖିବାକୁ ଗଲେ ମୁଁ କଟକି ଝିଅ ଆଉ ମୁଁ ବହୁତ୍ ଖାଦ୍ୟ ପ୍ରିୟ ମଣିଷ।
ରିପୋର୍ଟର : ଷ୍ଟ୍ରିଟ୍ ଫୁଡ୍ କଣ କଣ ପସନ୍ଦ ?
ସୂର୍ୟମୟୀ : ଦହିବରା, ଡାଲମା ଓ ରାଜମା ବହୁତ୍ ପ୍ରିୟ।

ରିପୋର୍ଟର : ଗୁଜବ ଉପରେ ଆପଣ କଣ କହିବେ ?
ସୂର୍ୟମୟୀ : କିଛି ନାଇଁ, ମୁଁ ସବୁ କଥା କୁ ପଜିଟିଭ୍ ରେ ନିଏ। ଏବଂ ଗୋଟେ କଥା କହିବି ଯାହାର କିଛି ବି କାମ ନଥାଏ ସେ ଅନ୍ୟ ମାନଙ୍କ ବିଷୟରେ ଗପନ୍ତି।
ରିପୋର୍ଟର : ଭବିଷ୍ୟତ ପାଇଁ କିଛି ଯୋଜନା ?
ସୂର୍ୟମୟୀ : ମତେ ଚାଲେଞ୍ଜିଂ କ୍ୟାରେକ୍ଟର କରିବାର ଅଛି।
ରିପୋର୍ଟର : ପ୍ରିୟ ମଣିଷ ?
ସୂର୍ୟମୟୀ : ମୋ ବାପା , ମାଆ
ରିପୋର୍ଟର : ଲଭ୍ ମାରେଜ୍ ନା ଆରେଞ୍ଜ ମ୍ୟାରେଜ୍ ?
ସୂର୍ୟମୟୀ : ଆରେଞ୍ଜ
ରିପୋର୍ଟର : ନିଜର ମନ କଥା କିଛି କୁହନ୍ତୁ ?
ସୂର୍ୟମୟୀ : ସମସ୍ତେ ନିଜର ବାପା ମାଆ ଙ୍କୁ ଭଲ ପାଆନ୍ତୁ ।ତାଙ୍କର ଯତ୍ନ ନିଅନ୍ତୁ। ସବୁବେଳେ ଖୁସି ରେ ରୁହନ୍ତୁ।
ରିପୋର୍ଟର : ପ୍ରଶଂସକ ମାନଙ୍କୁ କଣ କହିବେ ?
ସୂର୍ୟମୟୀ : ପ୍ରଶଂସକ ତ କହିବିନି ସେମାନେ ସମସ୍ତଙ୍କୁ ମୋ ପରିବାର ଭାବେ। ଆଉ ଦିନକୁ ମୁଁ ସୋସିଆଲ ମିଡିଆରେ ଅତି କମ୍ ରେ ୫୦ ଜଣଙ୍କୁ ରିପ୍ଲାୟ ଦିଏ। ଆଉ ସବୁଠୁ ବଡ଼ କଥା ସେଟ୍ ଅପେକ୍ଷା ସୋସିଆଲ ମିଡିଆରେ ମୋର ଅଧିକ ଝିଅ ପ୍ରଶଂସକ।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *