ସୁପ୍ରିମ୍‌ କୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିବାର କାରଣ ଜଣାଇଲେ

ନୂଆଦିଲ୍ଲୀ (୨୭ /୧୧ ପିପିଏଲ ନ୍ୟୁଜ ): ନଭେମ୍ବର ୧୧ ତାରିଖରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଞ୍ଜୁର ହୋଇଥିବା ଅନ୍ତରୀଣ ଜାମିନ ଆଉ ଚାରି ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ୨୦୧୮ରେ ଏକ ଆତ୍ମହତ୍ୟା ମାମଲାର କାରଣ ଭାବେ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିଲା।ଏହା ବ୍ୟତିରେକେ, ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଏକ ସପ୍ତାହ ବିତାଇ ଥିବା ଗୋସ୍ୱାମୀଙ୍କୁ କାହିଁକି ନଭେମ୍ବର ୧୧ ତାରିଖରେ ଜାମିନ ମିଳିଲା ତା’ର କାରଣ ମଧ୍ୟ ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣାଇଛନ୍ତି।ବିଚାରପତି ଚନ୍ଦ୍ରଚୂଡ଼ କହିଲେ ଯେ, ସ୍ଥପତି କମ୍ପାନିର ମୁଖ୍ୟଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ଜାମିନ ଆବେଦନକାରୀମାନେ ବାଧ୍ୟ କରି ଥିବା କୁହାଯାଇ ପାରିବ ନାହିଁ। ଯଦି ହାଇକୋର୍ଟ ପ୍ରାଥମିକ ଅନୁସନ୍ଧାନ ଭିତ୍ତିରେ ଏହା କରୁଥିବେ, ତେବେ ‘ଏଫ୍‌ଆଇଆର୍‌’ ଏବଂ ‘ଆଇପିସି ଧାରା ୩୦୬’ ମଧ୍ୟରେ କୌଣସି ସମ୍ବନ୍ଧ ନ ଥିବା କଥା ତାଙ୍କର ଦୃଷ୍ଟି ଗୋଚର ହୋଇ ନ ଥିବ।ବାକି ରହିଲା ଅଭିଯୁକ୍ତ ପ୍ରମାଣ ପରିବର୍ତ୍ତନ କରିବା ଓ ଖସି ପଳାଇବା କଥା। ପୂର୍ବରୁ ଏ ଭଳି ଅନେକ ଥର ଘଟିଛି। ଏ କ୍ଷେତ୍ରରେ ମାମଲାଟି ହେଉଛି ଜଣେ ନାଗରିକର ସ୍ୱାଧୀନତା ସମ୍ପନ୍ଧୀୟ। ଜାମିନ ଆବେଦନକାରୀମାନେ ଭାରତର ଅଧିବାସୀ। ସେମାନେ ଖସି ପଳାଇବା କିଂବା ପ୍ରମାଣ ପରିବର୍ତ୍ତନ କରିବାର ଆଶଙ୍କା ନାହିଁ।

ରିପୋର୍ଟ -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *