ସୁଶାନ୍ତ ସିଂ ଙ୍କ ରୋଷେୟାକୁ ଜେରା କରିବ ସିବିଆଇ

ମୁମ୍ବାଇ ( ୨୧/୦୮ ପିପିଏଲ୍ ନ୍ୟୁଜ ବ୍ୟୁରୋ) : ସିବିଆଇ ଟିମ ବର୍ତ୍ତମାନ ସୁଶାନ୍ତ ସିଂଙ୍କ ହତ୍ୟା ଘଟଣାଟିକୁ ପୁଣି ପ୍ରଥମ ରୁ ଟିକିନିଖି କରି ତଦନ୍ତ ଆରମ୍ଭ କରିଛି । ଏହି ମୃତ୍ୟୁମାମଲା ବିଷୟରେ ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ବାନ୍ଦ୍ରା ପୋଲିସ ଡିସିପି ଅଭିଷେକ ତ୍ରିମୁଖେ ଙ୍କୁ ଭେଟିଛି ସିବିଆଇ ଟିମ। ପ୍ରୋଟୋକଲ୍ ଅନୁଯାୟୀ ସୁଶାନ୍ତ ସିଂ ମାମଲାର ତଦନ୍ତ ବିଷୟରେ ଆଲୋଚନା କରିବେ। ଏହି ଆଲୋଚନାରେ ସମସ୍ତ ସରକାରୀ ଦସ୍ତାବିଜ ପୋଲିସ ସିବିଆଇ କୁ ହସ୍ତାନ୍ତର କରିବ। ସମସ୍ତ ତଥ୍ୟ ଯଥା ଫୋରେନସିକ୍ ପ୍ରମାଣ, ପୋଷ୍ଟ ମର୍ଟମ ରିପୋର୍ଟ, ରେକର୍ଡ ହୋଇଥିବା ବିବୃତ୍ତି ସବୁକିଛି ସିବିଆଇ କୁ ହସ୍ତାନ୍ତର କରାଯିବ।

ସିବିଆଇ ସୁଶାନ୍ତଙ୍କ ରୋଷେଇଆଙ୍କୁ ପଚରାଉଚରା କରିବ। ଆତ୍ମହତ୍ୟା ଦିନ ସେ ସୁଶାନ୍ତଙ୍କୁ ଫଳ ରସ ଦେଇଛନ୍ତି ବୋଲି ବୟାନ ଦେଇଥିଲେ। ନୀରଜଙ୍କୁ ଉଭୟ ବିହାର ଏବଂ ମୁମ୍ବାଇ ପୋଲିସ ପଚରାଉଚରା କରିଥିଲା। DRDO ଗେଷ୍ଟ ହାଉସରେ ଥିବା ସିବିଆଇ ଟିମ୍ ପଚରାଉଚରା କରିବ ଏବଂ ବିବୃତ୍ତି ରେକର୍ଡ କରିବ |ଯେଉଁ ବ୍ୟାଙ୍କରେ ସୁଶାନ୍ତଙ୍କ ଆକାଉଣ୍ଟ ଥିଲା ସେମାନଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିବ। ମୁମ୍ବାଇରେ ସିବିଆଇର ଏସଆଇଟି ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଅପରାଧ ଦୃଶ୍ୟର ପୁନଃ ଯାଞ୍ଚ କରିବେ। ଆଜି ଏକ ଟିମ ତାଙ୍କ ବାନ୍ଦ୍ରାସ୍ଥିତ ଘରକୁ ଯାଞ୍ଚ କରିବେ।

ରିପୋର୍ଟ – ଶ୍ଵେତଲିନ୍

Leave a Reply

Your email address will not be published. Required fields are marked *