ନୂଆଦିଲ୍ଲୀ (୧୯/୦୮ , ପିପିଏଲ୍ ନ୍ୟୁଜ୍) : ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ଆଜି ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବେଶ୍ କିଛି ଦିନ ଧରି ଏହି ଘଟଣାର ତଦନ୍ତକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଯବନିକା ପଡ଼ିଛି।
ED ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତକୁ ନେଇ ମୁମ୍ବାଇରେ ସର୍ଚ୍ଚ ଅପରେସନ କରୁଛି। କିନ୍ତୁ ଏବେ ଏହାର ସତ ସାମନାକୁ ଆସିଛି,ଯାହା ଅନୁସାରେ ଇଡି ଦିଲ୍ଲୀ ସହ ଜଡ଼ିତ ଏକ ମାମଲା ପାଇଁ ମୁମ୍ବାଇର କେତେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଛି। ଏହାର ସୁଶାନ୍ତ ସିଂହ ରାଜପୁତଙ୍କ ମନି ଲଣ୍ଡ୍ରିଂ ମାମଲାର କୌଣସି ନେଣଦେଣ ନାହିଁ।
ରିପୋର୍ଟ – ସନ୍ତୋଷ