ସେବା ଟ୍ରଷ୍ଟ, କସରଦା ତରଫରୁ ବିଶୋଧନ କାର୍ଯ୍ୟକ୍ରମ

କଟକ(୨୧/୦୯,ପିପିଏଲ୍ ନ୍ୟୁଜ୍) : କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ଦେବୀ କଦଂଳ ଦ୍ବୀପାଞ୍ଚଳ ର ସ୍ବେଚ୍ଛାସେବୀ ସଂଗଠନ “ସେବା ଟ୍ରଷ୍ଟ” ତରଫରୁ କସରଦାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁ ବିଶୋଧନ କରାଯାଇଛି। ଗତ ବୁଧବାର ଦିନ ବ୍ୟାଙ୍କ ର ମ୍ୟାନେଜର ଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ଏଣୁ ବ୍ୟାଙ୍କକୁ ୪ ଦିନ ଧରି ବନ୍ଦ କରାଯାଇଥିଲା । ସଂକ୍ରମଣ କୁ ଆଖି ଆଗରେ ରଖି ଆଜି ବ୍ୟାଙ୍କ ଖୋଲା ହେବା ପରେ “ସେବା ଟ୍ରଷ୍ଟ” ର ଆବାହକ ଶାଶ୍ଵତ ଷଡଙ୍ଗୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀ ମାନେ ବ୍ୟାଙ୍କ ପରିସର କୁ ବିଶୋଧନ କରିଥିଲେ। ଏଥି ସହିତ ଜନ ସାଧାରଣ ମାନଙ୍କ ଦ୍ଵାରା ବହୁଳ ବ୍ୟବହୃତ ହେଉଥିବା ଏଟିଏମ, ଡାକଘର ଆଦି ସ୍ଥାନ କୁ ମଧ୍ୟ ବିଶୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟ ଖଟେଇ, ସୋମ୍ୟ ସାହୁ, ଦିବ୍ୟଜ୍ୟୋତି ମହାନ୍ତି, , ରୁଦ୍ର ପାଢୀ, ସୌମ୍ୟ ପାଢୀ ପ୍ରମୁଖ ସହଯୋଗ କରିଥିଲେ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର କର୍ମଚାରୀ ରଂଜନ କୁମାର ପରିଡା, ରୋମିଓ କୁମାର ଦାସ, ସୁରଜ ଦାସ, ଅନନ୍ତ କୁମାର ସାହୁ ଉପସ୍ଥିତ ରହି “ସେବା ଟ୍ରଷ୍ଟ” ର ସ୍ବେଚ୍ଛାସେବୀ ମାନଙ୍କ ର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପୂର୍ବରୁ ମଧ୍ୟ ସଂଗଠନ ତରଫରୁ କରୋନା ମହାମାରି ସମୟ ରେ ଦ୍ବୀପାଞ୍ଚଳ ର ବିଭିନ୍ନ ଜନଗହଳି ସ୍ଥାନ ଗୁଡିକୁ ବିଶୋଧନ କରିବା ସହ ଅସହାୟ ଲୋକମାନଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ, କରୋନା ସଚେତନତା ଆଦି କାର୍ଯ୍ୟକ୍ରମ କରିଆସୁଛି “ସେବା ଟ୍ରଷ୍ଟ” ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *