ସେମି ଫାଇନାଲ ରେ ପି ଭି ସିନ୍ଧୁ

ଭୁବନେଶ୍ବର (୩୦ /୭,ପିପିଏଲ୍ ନ୍ୟୁଜ୍ ):ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଜାପାନର ଅକାନେ ୟାମାଗୁଚିଙ୍କୁ 21-13, 22-20 ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହ ବ୍ୟାଡମିଣ୍ଟନରେ ଭାରତର ପଦକ ନିଶ୍ଚିତ ହୋଇଛି। ଦୁଇ ଖେଳାଳିଙ୍କ ମଧ୍ୟରେ ବହୁତ ସମୟ ଧରି ଖେଳ ହୋଇଥିଲା। ପ୍ରଥମ ଗେମରେ 21-13ରେ ପିଭି ସିନ୍ଧୁ ଜିତିଥିଲେ। ଏହି ଖେଳ 23 ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​। ଦ୍ୱିତୀୟ ଗେମରେ ସିନ୍ଧୁ ଏବଂ ୟାମାଗୁଚି ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଉଭୟଙ୍କ ମଧ୍ୟରେ ଲମ୍ବା ସମୟ ଧରି ମ୍ୟାଚ ହୋଇଥିଲା। ଦୁହେଁ ପରସ୍ପରକୁ ହରାଇବା ପାଇଁ ଚେଷ୍ଟା କରୁଥିଲେ। ତେବ ଶେଷରେ ସିନ୍ଧୁ ଏହି ମ୍ୟାଚ ଜତି ଯାଇଥିଲେ।

ରିପୋର୍ଟ -ରୂପଶ୍ରୀ ପ୍ରଧାନ

Leave a Reply

Your email address will not be published. Required fields are marked *