ହାଇକୋର୍ଟ ରେ ପ୍ରବେଶ କଲା କରୋନା।

କଟକ (୦୫/୦୭, ପିପିଏଲ୍ ନ୍ୟୁଜ୍) : ରାଜ୍ୟ ସାରା କାୟା ମେଲାଇବାରେ ଲାଗିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁବ୍‌ ସଙ୍ଗିନ୍ ହୋଇପଡିଛି।। ଗତ କିଛି ଦିନ ହେଲା ଲଗାତର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ କଟକ ରେ ଅବସ୍ଥିତ ଓଡିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିକୁ ବନ୍ଦ କରିଦିଆଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ଆଜି ସାନିଟାଇଜ୍ କରାଯାଉଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ ସୂଚନା ଦେଇଛନ୍ତି । ଗତ କିଛି ଦିନ ଭିତରେ କଟକ ଜିଲ୍ଲା ଏବଂ କଟକ ମହାନଗର ଅଞ୍ଚଳରେ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୃତ ବେଗରେ ବୃଦ୍ଧି ପାଇଛି । ସେହି କାରଣରୁ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ସର୍ଟଡାଉନ ରଖାଯାଇଛି ।
ତେବେ ହାଇକୋର୍ଟ ର ଜଣେ କର୍ମଚାରୀ କରୋନା ପଜିଟିଭ ଜଣାପଡିବା ପରେ ୮ ତାରିଖ ଯାଏ ହାଇକୋର୍ଟକୁ ବନ୍ଦ କରାଯାଇଛି । ଆକ୍ରାନ୍ତ କର୍ମଚାରୀଙ୍କ  ସଂସ୍ପର୍ଶ କେଉଁ ମାନେ ଆସିଛନ୍ତି , ତାର ଛାନଭିନ ଚାଲିଛି । କଣ୍ଟାକ୍ଟ ଟ୍ରେସି କାମ ଜାରି ରହିଥିବା ଵେଳେ ଆଜି ହାଇକୋର୍ଟକୁ ସମ୍ପୂର୍ଣ୍ଣ ବିଶୋଧିନ କରାଯାଇଛି ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *