ହୁ ହୁ ହୋଇ ମାଡ଼ିଆସିଲା କାଳବୈଶାଖୀ

ଭୁବନେଶ୍ୱର:(୨୭/୦୩, ପିପିଏଲ ନ୍ୟୁଜ୍): ସମୟ ଅପରାହ୍ନ ୫.୪୦ ହଠାତ୍ ମାଡ଼ି ଆସିଥିଲା ଭୟଙ୍କର ପବନ ସାଙ୍ଗକୁ ଧୂଳିଝଡ଼। କେହି କିଛି ଭାବିବା ପୂର୍ବରୁ ପ୍ରକୃତି ଖେଳିଥିଲା ତାର କରାଳ ରୂପ । ସମସ୍ତେ ସମସ୍ତଙ୍କ କାର୍ଯ୍ୟ ରେ ବ୍ୟସ୍ତ ରେ ଥିବା ବେଳେ କୁଆ ପଥର ସାଙ୍ଗକୁ ବର୍ଷା ମଧ୍ୟ କିଛି ସମୟ ଲାଗି ରହିଥିଲା l କିଛି ସମୟ ପାଇଁ ଜୀବନଯାପନ ବାଧାପ୍ରାପ୍ତ ହୋଇଥିଲା। ହଠାତ୍ ଗ୍ରୀଷ୍ମ ଋତୁ ରେ ପ୍ରଥମ ବର୍ଷା ଲୋକମାନଙ୍କୁ ଚମକାଇ ଦେଇଥିଲା କିନ୍ତୁ ଏହି ଦୃଶ୍ୟ ଦେଖି ଲୋକ ଙ୍କ ମନରେ ଖୁସି ଦେଖିବାକୁ ବି ମିଳିଥିଲା କାରଣ ଅସହ୍ୟ ଗରମ ରୁ ଦ୍ୱେତ୍ଵ ନଗରୀ ର ବାସିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜ୍ୟ ରେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ଅଦିନିଆ କାଳ ବୈଶାଖୀ ସାମାନ୍ୟ ତୃପ୍ତି ଦେଉଥିଲା ।

ରିପୋର୍ଟ- ମୁକେଶ ଓ ସୁବାସ

Leave a Reply

Your email address will not be published. Required fields are marked *