ହୃଦଘାତରେ ସମାଜସେବୀ ଙ୍କ ପରଲୋକ

ଭୁବନେଶ୍ୱର(୧୮/୦୬ ପିପିଏଲ୍ ନ୍ୟୁଜ୍)-ଜଙ୍କିଆ ଥାନା ଅନ୍ତର୍ଗତ ବଘେଇପୁଟ ଗ୍ରାମର ସମାଜସେବୀ ଅର୍ଜୁନ କୁମାର ମାଝୀଙ୍କ ଗତ ମଙ୍ଗଳବାର ରାତି ସାଢେ ଦଶଟାରେ ହୃଦଘାତରେ ପରଲୋକ ହୋଇଯାଇଛି ! ରାତ୍ରି ଭୋଜନ ପରେ ଶୌଚ ପାଇଁ ଯାଉଥିବା ବେଳେ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ ! ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନା କୁ ନିଆଯାଇଥିଲା ! କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ! ସେ ଦୁଇଟି ସ୍ବେଛାସେବୀ ଅନୁଷ୍ଠାନର ପୃଷ୍ଠପୋଷକ ଭାବେ କାର୍ଯ୍ୟ କରି ବହୁ ଉନତିମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ ! ଏଥି ସହ ବହୁ ଅନୁଷ୍ଠାନ ଗଢିବାରେ ତାଙ୍କ ଦାନ ଅତୁଳନୀୟ ! ଅବହେଳିତ ତଥା ଗରିବ ଅସହାୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାହାଯ୍ୟ କରିଆସୁଥିଲେ ! ସେହିପରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ହସ୍ତଶିଳ୍ପର ବିଭିନ୍ନ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ ! ଗ୍ରାମରେ ଏକ ବନ ସୁରକ୍ଷା ସମିତି କରି ତାହାର ସଭାପତି ଦାୟିତ୍ୱ ତୁଲାଉଥିଲେ ! ସେ ଅତ୍ୟନ୍ତ ସରଳ ଓ ମିଷ୍ଟଭାସି ଥିଲେ ! ସମାଜର ବିଭିନ୍ନ ବର୍ଗର ଲୋକ ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ! ନିରାକାରପୁରର ପୂର୍ବତନ ସରପଞ୍ଚ ବିପିନ ଜୟସିଂ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, କୃଷକ ନେତା କେଳୁ ଜଗଦେବ, ବିଶ୍ୱଭୂଷଣ ଛୋଟରାୟ, ବିଜୟ କୁମାର ରାଉତ, ବ୍ଲକ ଶିଳ୍ପ ବିକାଶ ଅଧିକାରୀ ସୁଶାନ୍ତ ଚନ୍ଦ୍ର ବଡୁ, ଶିକ୍ଷାବିତ ସୁଧାଂଶୁ ଶେଖର ମହାନ୍ତ, ନିତ୍ୟାନନ୍ଦ ମଙ୍ଗରାଜ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି !

Leave a Reply

Your email address will not be published. Required fields are marked *