୧୪ ଦିନ ପାଇଁ ଆରମ୍ଭ ହେଲା ମାସ୍କ ଅଭିଯାନ !


ଭୁବନେଶ୍ୱର (୦୯ / ୦୪,ପିପିଏଲ ନ୍ୟୁଜ) : ରାଜ୍ୟର କରୋନା ଗ୍ରାଫ୍ ଏବେ ଉପର ମୁହାଁ ହୋଇଥିବାବେଳେ ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦି ଏହାକୁ କେହି ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କଠୁ ଦୁଇ ଗୁଣା ଫାଇନ୍ ଆଦାୟ କରାଯିବ । ସଚେତନ ଓ ସତର୍କ ରହିଲେ ଆମେ ବିନା ଲକଡାଉନରେ କରୋନାକୁ ରୋକିପାରିବା ବୋଲି ନବୀନ କହିଛନ୍ତି ।

ରିପୋର୍ଟ -ରାଜେଶ୍ଵରୀ

Leave a Reply

Your email address will not be published. Required fields are marked *