୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ

ଭୁବନେଶ୍ୱର(୨୦/୦୪,ପିପିଏଲ୍ ନ୍ୟୁଜ୍ ) : ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୧ ମେ’ ରୁ ଓଡିଶା ଯୁବ ବର୍ଗଙ୍କୁ ଟିକାକରଣ କରିବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ପଞ୍ଜିକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବଭଳି ଟିକାକରଣ କରାଯିବ । ଓଡିଶାକୁ ଆଜି ୧ ଲକ୍ଷ କୋଭସିଲ୍ଡ ଟିକା ଆସୁଛି ଏହା ଅପରାହ୍ନ ଗୋଟାଏରେ ପହଞ୍ଚିବ । ସହରାଞ୍ଚଳ ଗୁଡିକରେ ସପ୍ତାହନ୍ତ ସଟଡ଼ାଉନ ସମୟରେ ଟିକାକରଣ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *