୧୯୯୯ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା , ପ୍ରତିକ୍ରିୟା ରଖିଲେ ପିଡୀତା

ଭୁବନେଶ୍ୱର (୨୨/୦୨, ପିପିଏଲ୍ ନ୍ୟୁଜ୍) :ମୁଖ୍ୟ ଅଭିଯୁକ୍ତ ବିବନ ପ୍ରତିକ୍ରିୟା ରଖିଛନ୍ତି ପୀଡିତା ଅଞ୍ଜନା ମିଶ୍ର । ସେ କହିଛନ୍ତି, ‘ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ପାଇଁ ନ୍ୟାୟ ମିଳିଲା’ । ‘୨୦ ବର୍ଷ ମୋ ପାଇଁ ବହୁ ସଂଘର୍ଷ ଥିଲା’ । ବହୁତ ମାନସିକ ଚାପରେ ଥିଲେ ବୋଲି କହିଛନ୍ତି ଅଞ୍ଜନା । ଏପରିକି ତାଙ୍କୁ ମାରିଦେବାକୁ ଚେଷ୍ଟା କରାଯାଉଥିଲା । ହେଲେ ପୋଲିସ କୌଣସି ସହଯୋଗ କରୁନଥିଲା ବୋଲି ସେ କହିଛନ୍ତି । ଅଞ୍ଜନା କହିଛନ୍ତି, ‘ଆମ ରାଜ୍ୟରେ ବ୍ୟବସ୍ଥା ଠିକ୍ ନାହିଁ’ । ‘ଜଣେ ପୀଡିତାଙ୍କୁ ଏଠି ନ୍ୟାୟ ମିଳିବା କଷ୍ଟ’ । ‘ମହିଳା ହେଲେ ନ୍ୟାୟ ମିଳିବନି’ । ‘ରାଜନୈତିକ ଚାପ ଯୋଗୁଁ ମୁଁ ନ୍ୟାୟ ପାଇ ପାରିନଥିଲା ।୧୯୯୯ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ କରିଛି କମିସନରେଟ ପୋଲିସ । ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଗିରଫ । ନାଁ ବଦଳାଇ ଜଳନ୍ଧର ସ୍ୱାଇଁ ନାଁରେ ପୁନେରେ ରହୁଥିଲା ବିବନ । ପୋଲିସ ପକ୍ଷରୁ ୩ ମାସ ତଳେ ଆରମ୍ଭ ହୋଇଥିଲା “ସାଇଲେସନ ବାଇପର’’ । ୨୨ ବର୍ଷ ପରେ ପୋଲିସକୁ ଏହି ବଡ଼ ସଫଳତା ମିଳିଛି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ।୧୯୯୯ ଜାନୁଆରୀ ୯ ତାରିଖରେ ଘଟିଥିଲା ଚାଞ୍ଚଲ୍ୟକର ଘଟଣା । ଅଞ୍ଜନା ନିଜର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କାରରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥ ରୋଧ କରିଥିଲେ । ବନ୍ଧୁଙ୍କ ସାମ୍ନାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଥିଲା । ଏହା ମାମଲାରେ ୧୯୯୯ ୨୬ ଜାନୁଆରୀରେ ଦୁଇଜଣକୁ ଗିରଫ କରାଯାଇଥିଲା ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *