୨କିମି ପଛ କୁ ଘୁଞ୍ଚିଲା ଚୀନ ସେନା।

ଭୁବନେଶ୍ୱର(୦୬|୦୭, ପିପିଏଲ୍ ନ୍ୟୁଜ୍) :  ଭାରତ ଓ ଚୀନ ସୀମା ବିବାଦ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ।ଗତ ମେ ମାସ ଠାରୁ ଲାଗି ରହିଥିଲା ବିବାଦ ଓ ଜୁନ ୧୫ରେ ଯେଉଁ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ, ଏବେସେଠାରୁ ଚୀନ ସେନା ପ୍ରାୟ ୧ରୁ ୨ କିମି ପଛକୁ ଘୁଞ୍ଚି ଯାଇଚି । ଉଭୟ ସେନା ମଧ୍ୟରେ ଲଗାତାର ସୈନିକମାନଙ୍କର ପଛକୁ ହଟିବା ନେଇ ମନ୍ଥନ ଚାଲୁଥିଲା ।
ଲଦାଖ ରେ ଥିବା ଗଲଓ୍ୱାନ ଘାଟିରେ ଗତ ଜୁନ ୧୫ ତାରିଖରେ ରକ୍ତାକ୍ତ ହିଂସା ଦେଖିବାକୁ ମିଳିଥିଲା । ଏବେ ଏହି ସ୍ଥାନରୁ ଚୀନ ସେନା ପଛକୁ ହଟିଛି । ସୂତ୍ରାନୁସାରେ, ଉଭୟ ଦେଶର ସେନା ରିଲୋକେସନ୍ ଉପରେ ସହମତି ପ୍ରକାଶ କରିଛି । ଏବେ ଗଲଓ୍ୱାନ ଘାଟି ନିକଟରେ ବଫର୍ ଜୋନ୍ କରାଯାଇଛି ଯେପରି କୌଣସି ହିଂସା ଘଟିବ ନାହିଁ । ଚୀନ ସେନା ନିଜର ଟେଣ୍ଟ୍, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି । କମାଣ୍ଡରସ୍ତରୀୟ ବୈଠକରେ ପରେ ଚୀନ ସେନା ପଛ କୁ ହଟିଥିବା ସୂଚନା । ତେବେ ଗଲଓ୍ୱାନ ଘାଟି ପଛକୁ ଚୀନ ନିଜର କ୍ୟାମ୍ପ୍ ଉଠାଇନାହିଁ । ଯାହାକୁ ନେଇ ଆଗକୁ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।
ସେପଟେ ଚୀନ୍‌ ସହ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନଥ କବିନ୍ଦଙ୍କୁ  ସାକ୍ଷାତ କରିଥିଲେ। ରଷ୍ଟ୍ରପତି ଭବନରେ ପ୍ରାୟ ଅଧଘଣ୍ଟାର ଏହି ସାକ୍ଷାତ ଆଲୋଚନାରେ ରାଷ୍ଟ୍ରପତିଙ୍କୁ ଚୀନ୍‌ ସମେତ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *