୨୦୪୧ ପୂର୍ବରୁ ଟ୍ବିନସିଟି ମେଟ୍ରୋ ରେଳ ସେବା ଅସମ୍ଭବ

ଭୁବନେଶ୍ୱର (୩୦/୦୩, ପିପିଏଲ୍ ନ୍ୟୁଜ୍): ପୁଣି ଥରେ ସର୍ଭେ କରିବା ପାଇଁ ଦାବି କରାଯିବ । ଏଥିରେ କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦେବୁ । ୨୦୪୧ ପର୍ଯ୍ୟନ୍ତ ଟ୍ବିନସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢା ଯାଇ ପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଦେଇଥିବା ବେଳେ କମ୍ପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେପଟେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି । ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବୃତି । ଭୁବନେଶ୍ୱର ଓ କଟକ ରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଟେଣ୍ଡର ହୋଇଥିଲା । ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ । ଏଥିରେ ଵାଲାଜି ରେଲ ଆଣ୍ଡ ରୋଡ଼ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ହୋଇଥିବା ସର୍ଭେ ଆମେ ଖୋର୍ଦ୍ଧା ଓ ଜଟଣୀ ପର୍ୟ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ ।

Leave a Reply

Your email address will not be published. Required fields are marked *