୨୪ ଘଂଟାରେ ୨ ଲକ୍ଷ ସଂକ୍ରମିତ

ଭୁବନେଶ୍ୱର(୧୫/୦୪,ପିପିଏଲ ନ୍ୟୁଜ) :ଦେଶରେ କରୋନା ସଂକ୍ରମଣର ହାର ପ୍ରତ୍ୟକଦିନ ରେକର୍ଡ ଭାଙ୍ଗୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଯେଭଳି ଆକଳନ କରିଥିଲେ ଏବେ ଠିକ୍ ସେହିଭଳି ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହାକି ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ବୋଲି କୁହାଯାଇଛି । ସଂକ୍ରମଣ ହାର ବୃଦ୍ଧି ସହିତ ମୃତ୍ୟୁହାର ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ଦେଶରେ ୧୦୩୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ବ୍ୟତୀତ ଏବେ ୧୪ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି । ସେପଟେ ଦେଶରେ ୨୪ ଘଂଟା ମଧ୍ୟରେ ୯୩,୫୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୭୩,୧୨୩ କୁ ବୃଦ୍ଧି ପାଇଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *