୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୦୮ କରୋନା ପଜିଟିଭ୍

ଭୁବନେଶ୍ୱର (୨୯/୦୩, ପିପିଏଲ୍ ନ୍ୟୁଜ୍): ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ଶହ ଉପରେ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।ଏହି ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଛନ୍ତି । ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୩୭କୁ ବୃଦ୍ଧି ପାଇଛି । ତେବେ ଗତ ୨୪ ଘଂଟା ଭିତରେ ରାଜ୍ୟରୁ ଆଉ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତିକର ଖବର ଆଣିଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *