୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ !

କୋରାପୁଟ ( ୧୭/୧୧, ପିପିଏଲ୍ ନ୍ୟୁଜ୍ ) : କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକଠାରେ ବହୁ ପ୍ରତିକ୍ଷିତ ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ର ଭିତ୍ତିପ୍ରସ୍ତର ଆଜି ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ବୟନିକା ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଅନ ଙ୍କ ର କରକମଳରେ ସ୍ଥାପିତ ହୋଇଯାଇଛି l ଭବିଷ୍ୟତରେ ଏହି ଚିକିତ୍ସାଳୟ କୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ସକାଶେ ଶ୍ରୀମତୀ ମନ୍ତ୍ରୀ ମହୋଦୟା କହିଥିଲେ l ମାନ୍ୟବର ସାଂସଦଙ୍କ କହିବା ଅନୁସାରେ ଉକ୍ତ ପ୍ରକଳ୍ପ ସକାଶେ ଓଡିଶା ସରକାର ସାତ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି l କୋଟପାଡ଼ରେ ପୂର୍ବରୁ ଗୋଟିଏ ଷୋହଳ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅଛି ଓ ଏହାଉପରେ ଷୋହଳ ଗ୍ରାମ ପଞ୍ଚାୟତ ଓ ଆଖପାଖ ବ୍ଲକ ର ଗ୍ରାମ ବାସୀ ନିର୍ଭର କରନ୍ତି l କିନ୍ତୁ ଏଠାରେ ବିଭିନ୍ନ ପଦବୀ ଖାଲି ଥିବା ଯୋଗୁଁ, ଏଠାକୁ ଆସୁଥିବା ଲୋକମାନେ ଭଲ ଚିକିତ୍ସାର ଉପଲବ୍ଧି ନପାଇ ବାହାର ରାଜ୍ୟର ଚିକିତ୍ସାଳୟ ମାନଙ୍କୁ ପ୍ରାଧାନ୍ୟତା ଦେଉଛନ୍ତି l ଲୋକମାନେ ଏହି ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡୁଥିବା କଥା ଓ ଡାକ୍ତର ମାନଙ୍କର ଦରକାର ଥିବା ବିଷୟ କୁ ସମ୍ପୂର୍ଣ ସହ ଗ୍ରହଣ କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଏଥି ସହିତ ସରକାର ଯେଉଁ ନୂଆ ନିଷ୍ପତି ନେଇଛନ୍ତି ଯଥା, ଅନ୍ୟ ରାଜ୍ୟ ରୁ ଡାକ୍ତର ମାନଙ୍କୁ ଆଣି ଏହି ପଦବୀ ଗୁଡ଼ିକୁ ପୂରଣ କରାଯିବ କଥା ମଧ୍ୟ କହିଛନ୍ତି l ଏଥି ସହିତ କୋଟପାଡ଼ କୁ ପ୍ରାଥମିକତା ଦିଆଯିବା ସହିତ ଏହାକୁ ସବଡ଼ିଭିସିଓନାଲ ଚିକିତ୍ସାଳୟ ମାନ୍ୟତା ପ୍ରଦାନ କରାଯିବା ବିଷୟରେ ମଧ୍ୟ କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ମକରନ୍ଦ ବେଉରା, ତହସିଲଦାର କୋଟପାଡ଼, ଗୋଷ୍ଠିଉନୟନ ଅଧିକାରୀ କୋଟପାଡ଼, କାର୍ଯ୍ୟନିର୍ବାହୀ ଅଧିକାରୀ କୋଟପାଡ଼ ଏନ ଏ ସି ଓ କୋଟପାଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ସାରଥୀ ପ୍ରସାଦ ମୁନିଙ୍କ ସହିତ ସମସ୍ତ ବିଜ୍ଞ ରାଜନେତା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଉକ୍ତ ଯୋଜନାର ସ୍ୱୀକୃତି ଯୋଗୁଁ ସାରା କୋଟପାଡ଼ ବାସୀ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଲ

ରିପୋର୍ଟ – ସୁଶାନ୍ତ ଅଧିକାରୀ

Leave a Reply

Your email address will not be published. Required fields are marked *