୫୫ ବର୍ଷ ପରେ ପୁଣି ଗଡ଼ିବ ଟ୍ରେନ

ନୂଆଦିଲ୍ଲୀ (୧୧/୧୨,ପିପିଏଲ୍ ନ୍ୟୁଜ୍ ) : ୫୫ ବର୍ଷ ପରେ ପୁଣି ଥରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍। ଡିସେମ୍ବର ୧୭ ରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ହୋଇଥିବା ରେଳ ମାର୍ଗକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ପଶ୍ଚିମବଙ୍ଗର ହଳଦୀବାଡିରୁ ବାଙ୍ଗଲାଦେଶର ଚିଲ୍ହାଟିକୁ ଏହି ରେଳ ମାର୍ଗ ସଂଯୋଗ କରୁଛି। ନର୍ଥଇଷ୍ଟଫ୍ରଣ୍ଟିୟର ରେଲୱେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ୧୯୬୫ ରେ ଭାରତ ଏବଂ ପୂର୍ବ ପାକିସ୍ତାନ ସହ ସମ୍ପର୍କ ଭାଙ୍ଗିବା କାରଣରୁ କୂଚ ବିହାରର ହଳଦୀବାଡିରୁ ଉତ୍ତର ବାଙ୍ଗଲାଦେଶର ଚିଲ୍ହାଟି ପର୍ଯ୍ୟନ୍ତ ଥିବା ରେଳ ମାର୍ଗ ବନ୍ଦ ଥିଲା। ତେବେ 55 ବର୍ଷ ପରେ ପୁଣି ଥରେ ଏହି ଯୋଗାଯୋଗ ଆରମ୍ଭ ହେବାକୁ ଯାଉଛି। ଡିସେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସମକକ୍ଷ ଶେଖ୍ ହସିନା ଏହାକୁ ଉଦଘାଟନ କରିବେ। ଚିରହଟୀରୁ ହଲଦୀବାଡି ପର୍ଯ୍ୟନ୍ତ ମାଲଗାଡି ଚାଲିବ। ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ହଲଦୀବାଡି ରେଲୱେ ଷ୍ଟେସନ ୪.୫ କି.ମି ଦୂର। ବାଙ୍ଗଲାଦେଶର ଚିଲ୍ହାଟି ଜିରୋ ପଏଣ୍ଟ ଠାରୁ ୭.୫ କିମି ଦୂର। ହଲଦୀବାଡି ଏବଂ ଚିଲ୍ହାଟି ଏହି ଦୁଇ ଷ୍ଟେସନ ସିଲିଗୁଡି ଓ କୋଲକାତା ମଧ୍ୟରେ ପୁରୁଣା ବ୍ରଡ ଗେଜ ରେଲୱେ ମାର୍ଗରେ ଥିଲା। ଯାହା ବର୍ତ୍ତମାନର ବାଙ୍ଗଲାଦେଶରେ ରହିଛି। ଏହି ରୁଟରେ ଯାତ୍ରୀ ଟ୍ରେନ୍ ସେବା ଆରମ୍ଭ ହେଲେ କୋଲକାତାରୁ ଜଲପାଇଗୁଡି ଯାଉଥିବା ଯାତ୍ରୀଙ୍କୁ ୭ ଘଣ୍ଟା ସମୟ ଲାଗିବ। ପୂର୍ବରୁ ୧୨ ଘଣ୍ଟା ଲାଗୁଥିଲା।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *